ବଲାଙ୍ଗୀର:୨୦୧୬ରେଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟ । କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖାଲି ସେତିକି ନୁହେଁ ଦୋଷୀକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବଲାଙ୍ଗୀରର ଦୁଇ ନାବାଳିକା ଭଉଣୀଙ୍କୁ ତାଙ୍କର ମାଉସୀ ପୁଅ ନିୟମିତ ଭାବେ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ ଏତଲା ପାଇବା ପରେ ଛାନଭିନ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ଗିରଫ କରି ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା ପୋଲିସ । ପରେ ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।