ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ସିଲେଟ କାନି ଗ୍ରାମରେ ଗତ 12ମାସ ପୂର୍ବରୁ ଜଣେ ନାବାଳକକୁ ହତ୍ୟା ହୋଇଥିଲା । ଘଟଣାକୁ 12ମାସ ବିତି ଯାଇଥିଲେ ବି ପୋଲିସ ହାତ ଖାଲି । ଜିଲ୍ଲାପାଳଙ୍କୁ ଦ୍ବାରସ୍ତ ହୋଇଛନ୍ତି ପରବାର ଲୋକ ।
ସୂଚନାଅନୁସାରେ,ସିଲେଟ କାନି ଗ୍ରାମର ଉଗ୍ରେସନ ବଗର୍ତ୍ତିଙ୍କ 11 ବର୍ଷର ପୁଅ ବାବୁଲା ବଗର୍ତ୍ତି ଗତ ଜାନୁଆରୀ 22 ତାରିଖରେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ଘଟଣାର 14ଦିନ ପରେ ବାବୁଲା ବଗର୍ତ୍ତିର ମୃତଦେହ ନଦୀ ବାଲିରେ ପୋତା ହୋଇଥିବା ଆବସ୍ଥାରେ ଉଦ୍ଦାର ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ତାକୁ ଗୁପ୍ତ ଧନ ଆଶାରେ ବଳି ଦେଇ ହତ୍ୟା କରାଯାଇ ଥିବା ଅଭିଯୋଗ ଆଣିଥିଲେ।