ବଲାଙ୍ଗୀର :ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ୟ ବାହାରକୁ ଦାଦନ ଚାଲାଣ । 33 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ, ବିଶ୍ଵସ୍ଥ ସୂତ୍ରରୁ କଣ୍ଟାବାଞ୍ଜି ପୋଲିସ ରାଜ୍ୟ ବାହାରକୁ ଦାଦନ ଚାଲଣ ନେଇ ଖବର ପାଇଥିଲା । ବେଲପଡା ବ୍ଲକ ଅଞ୍ଚଳର ଦାଦନ ଶ୍ରମିକମାନେ ଗୋଟିଏ ବୋଲେରୋ ଓ ୨ଟି ଅଟୋରେ ରେଳ ଷ୍ଟେସନ ଯାଉଥିଲେ । ଏ ସମୟରେ ପୋଲିସ ଚଟୁ ଅଙ୍କା ଗାଁ ଠାରେ ଚଢାଉ କରିଥିଲା ।
33 ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ - ବଲାଙ୍ଗୀର ଖବର
ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ୟ ବାହାରକୁ ଦାଦନ ଚାଲାଣ । 33 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ
33 ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ
ସେପଟେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଓ ୭ଜଣ ଶିଶୁ ଥିବା ଜଣାପଡିଛି । ଏହି ଶ୍ରମିକଙ୍କୁ ବେଆଇନ ଭାବେ ରାଜ୍ୟ ବାହାରକୁ ନିଆଯାଉଥିଲା ବୋଲି ସୂଚନା ମିଳିଛି । ସେପଟେ ଏଥିରେ ସମ୍ପୃକ୍ତ ଦାଦନ ସର୍ଦ୍ଦାର ଫେରାର ହୋଇଯାଇଛି । ତେବେ ପୋଲିସ ସମସ୍ତ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ
Last Updated : Dec 15, 2021, 10:38 PM IST