ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଦାଦନ ଦୁଃଖ, ୩ ଦିନରେ ୨ ଦାଦନ ମୃତ - ବଲାଙ୍ଗୀରରେ ଦାଦନ ଦୁଃଖ

ବଲାଙ୍ଗୀର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମୃତ ହୋଇ ପରିବାର ପାଖକୁ ଫେରିଛନ୍ତି । ତିନି ଦିନ ମଧ୍ୟରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

migrant labour died in balangir
ବଲାଙ୍ଗୀରରେ ଦାଦନ ଦୁଃଖ, ୩ ଦିନରେ ୨ ଦାଦନ ମୃତ

By

Published : May 5, 2022, 2:52 PM IST

ବଲାଙ୍ଗୀର: ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଏ ବୋଲି ତା ନାଁ ହୁଏ ଦାଦନ । କେତେ ଯେ ଦୁଃଖ ଦାଦନ ଜୀବନରେ ତାକୁ ହିଁ ଜଣା । ବଲାଙ୍ଗୀର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦାଦନ ଦୁଃଖ । ଜିଲ୍ଲାରେ ତିନି ଦିନରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିଛି ।

ବଲାଙ୍ଗୀରରେ ଦାଦନ ଦୁଃଖ, ୩ ଦିନରେ ୨ ଦାଦନ ମୃତ

ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମୃତ ହୋଇ ପରିବାର ପାଖକୁ ଫେରିଛନ୍ତି । ତିନି ଦିନ ମଧ୍ୟରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଅଭାବ ସହିତ କାମ ଧନ୍ଦାର ଅଭାବ ଯୋଗୁଁ ଲକ୍ଷାଧିକ ଶ୍ରମିତ କାମ ସନ୍ଦାନରେ ବାହାର ରାଜ୍ୟକୁ ଯାଉଛନ୍ତି । ଯେଉଁଥିରେ ଅର୍ଦ୍ଧାଧିକ ଦାଦନ ଶ୍ରମିକ ନିର୍ଯାତନା ସହି ବିଭିନ୍ନ ଇଟା ଭାଟିରେ କାମ କରନ୍ତି ।

ବିଭିନ୍ନ ସମୟରେ ସେମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଏହିପରି ଦୁଇ ଦିନ ତଳେ ବଲାଙ୍ଗୀର ବେଲାପଡ଼ା ବ୍ଲକ ଅନ୍ତର୍ଗତ ଯୁବା ଗ୍ରାମର ନହୁଲା ଧାରୁଆ ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲକୁ ଦାଦନ ଖଟି ଯାଇଥିବାବେଳେ ସେଠି ତାଙ୍କର ମୃତ୍ୟୁ ହୋଇଛି । ସମାନ ଭାବରେ ଆଜି ସେହି ବ୍ଲକର ସୁଲକେଲା ଗ୍ରାମର ଆଉ ଜଣେ ମହିଳା ଦାଦନ ଶ୍ରମିକ ସ୍ନେହଲତା ଦଳେଇଙ୍କ ମୃତ୍ୟୁ ହୋଇଛି ।

ଏମାନେ ଦଲାଲ ଠାରୁ ଆଗ୍ରୀମ ଟଙ୍କା ନେଇ ବାହାର ରାଜ୍ୟକୁ ସପରିବାର ଦାଦନ ଖଟିବାକୁ ଯାଇଥିବା ବେଳେ ସେଠି ନିର୍ଯାତନା ପାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବିରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ ।

ଯେଉଁଥିରେ ସୁଲକେଲା ଗ୍ରାମର ଶତାଧିକ ଲୋକ ସାମିଲ ହୋଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ । ସେପଟେ ରେଡକ୍ରସ୍‌ରୁ ୧୫ହଜାର ଓ MBPS ପାଣ୍ଠିରୁ ୧୫ହଜାର ଟଙ୍କା ସହାୟତା ଦିଆଯାଇଛି ।

ସେପଟେ ସ୍ଥାନୀୟ ଶ୍ରମ ଅଧିକାରୀ ଏହାର ତଦନ୍ତ ହେବ ଓ ସେଠି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି । ଅଞ୍ଚଳରୁ ଚଳିତ ବର୍ଷ ଲକ୍ଷାଧିକ ଲୋକ ଦାଦନ କାଟିବାକୁ ଯାଇଛନ୍ତି । ଯେଉଁଥିରୁ ମାତ୍ର ଦଶ ପ୍ରତିଶତ ପଞ୍ଜୀକୃତ ହୋଇଥିବାର ଜଣାପଡ଼ିଛି । ସେପଟେ ବେଆଇନ ଦାଦନ ଚାଲାଣ ରୋକିବାକୁ ପଦକ୍ଷେପ ନିଆ ଯାଉଥିବା ଶ୍ରମ ଅଧିକାରୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details