ବଲାଙ୍ଗୀର: ଦାଦନ ଦୁଃଖର ଆଉ ଗୋଟେ କାହାଣୀ। ସମସ୍ତେ ଦାଦନ ଖଟିଯାଇଥିବାବେଳେ ଘରେ ଏକା ଥିବା ବୃଦ୍ଧାଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଏବେ ଛୋଟ ନିଷ୍ପାପ ଶିଶୁ। ବାହାର ରାଜ୍ୟରେ ପରିବାର ଦାଦନ ଖଟିଯାଇଥିବାବେଳେ ଏବେ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ତେବେ ବାହାର ରାଜ୍ୟରୁ ସେମାନଙ୍କୁ କେମିତି ଉଦ୍ଧାର କରାଯାଇପାରିବ ସେ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଥିବା ଜଣାପଡିଛି।
ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଦୁଃଖ । ଓଡିଆପାଲି ଗ୍ରାମର ଗୋଟିଏ ପରିବାରର ସମସ୍ତେ ଦାଦନ ଖଟି ଯାଇଥିବାବେଳେ ଘରେ ଏକା ବୃଦ୍ଧା ଜଣକ ତିନୋଟି ଛୁଆଙ୍କୁ ନେଇ ରହିଥିଲେ। ନିଜେ ଭିକ୍ଷା ବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ବୃଦ୍ଧା। ହେଲେ ଏକ ଦୁର୍ଘଟଣା ପରେ ଶୋଚନୀୟ ଭାବେ ବୃଦ୍ଧାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି ଶିଶୁମାନେ। ତେବେ ଆମେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଏହି ବିଷୟ ଆଣିବା ପରେ ସରଜମିନ ତଦନ୍ତ ପରେ ବାହାର ରାଜ୍ୟରେ ଥିବା ପରିବାର ଲୋକଙ୍କୁ ଉଦ୍ଧାର ସହ ଏହି ଶିଶୁ ମାନଙ୍କର ଭରଣପୋଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।