ବଲାଙ୍ଗୀର :ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ବଲାଙ୍ଗୀର ନାଗରିକ କମିଟି, ସଚେତନ ନାଗରିକ, ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଓ ବରିଷ୍ଠ ଡ଼ାକ୍ତର ମାନେ ଆଜି ମେଡିକାଲ କଲେଜକୁ ଯାଇ ଡିନ ସହ ଆଲୋଚନା କରିଥିଲେ। ଏଥି ସହ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ।
ଗୋଟିଏ ବର୍ଷ ମଧ୍ୟରେ ଏହି କଲେଜରେ ଦୁଇ ଜଣଙ୍କ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଦାୟୀଥିବା କଲେଜ କର୍ତ୍ତୃପକ୍ଷ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ତେବେ କଲେଜରେ ରାଗିଂ ହେଉଥିବାର ସ୍ପଷ୍ଟ ହୋଇଥିବା ବେଳେ ଏହା ଦ୍ୱାରା ଦୁଇ ଜଣ ନିରିହ ଜୀବନ ଯାଇ ସାରିଛି। ଏବଂ ଏହାର ଦାୟୀ ସେମାନେ କଲେଜର ଡିନକୁ କରିଛନ୍ତି ।