ଓଡିଶା

odisha

ETV Bharat / state

ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ, 10 ଗିରଫ - ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ

ହରିଶଙ୍କର ପୀଠରେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ। ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କର ପୀଠକୁ ବୁଲି ଆସିଥିବା କିଛି ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଗାଳି ଗୁଲଜ ସହ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

mass brawl erupts between tourists and temple administration at harishankar temple
ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ, 10 ଗିରଫ

By

Published : Jun 15, 2022, 3:20 PM IST

ବଲାଙ୍ଗୀର: ହରିଶଙ୍କର ପୀଠରେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ। ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କର ପୀଠକୁ ବୁଲି ଆସିଥିବା କିଛି ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଗାଳିଗୁଲଜ ସହ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ 10 ଜଣଙ୍କୁ ଗିରଫ କରିଛି ।

ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ, 10 ଗିରଫ

ସୂଚନା ଅନୁଯାୟୀ, ହରିଶଙ୍କର ପୀଠକୁ ବଣ ଭୋଜି କରିବାକୁ ଆସିଥିବା କଣ୍ଟାବାଞ୍ଜି ଅଞ୍ଚଳର ପର୍ଯ୍ୟଟକମାନେ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ମଦ ପିଉଥିଲେ। ଯାହାକୁ ମନ୍ଦିର ପ୍ରଶାସନ ବିରୋଧ କରିଥିଲା। ଫଳରେ ପର୍ଯ୍ୟଟକମାନେ କ୍ରୋଧିତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ପରେ ମନ୍ଦିର ପ୍ରଶାସନ ଏବଂ ପର୍ଯ୍ୟଟକ ମଧ୍ୟରେ ଠେଙ୍ଗା ବାଡ଼ି ଇତ୍ୟାଦିରେ ପରସ୍ପରକୁ ଆକ୍ରମଣ କରିଥିଲେ। ତେବେ ଏଥିରେ ଦୁଇ ପକ୍ଷର ଲୋକ ଆହତ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷର 10 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସେପଟେ ହରିଶଙ୍କର ପୀଠରେ ଏହିଭଳି ଘଟଣାକୁ ନେଇ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇଥିବା ହୋଇପଡ଼ିଥିଲେ। ପବିତ୍ର ପୀଠରେ ଏଭଳି ଏକ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details