ଓଡିଶା

odisha

ETV Bharat / state

ବଲାଙ୍ଗୀରରୁ 14 ଦାଦନ ଶ୍ରମିକ ଉଦ୍ଧାର, 2 ଦଲାଲ ଗିରଫ

Migrant Labourers Rescued: ବଲାଙ୍ଗୀର ପୋଲିସର "ମିଶନ ଉଦ୍ଧାର" । ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ 14 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାଟଣାଗଡ ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀରରୁ 14 ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗୀରରୁ 14 ଦାଦନ ଶ୍ରମିକ ଉଦ୍ଧାର

By ETV Bharat Odisha Team

Published : Dec 10, 2023, 9:13 AM IST

Updated : Dec 10, 2023, 10:56 AM IST

ବଲାଙ୍ଗୀରରୁ 14 ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର:ରାଜ୍ୟରୁ କମୁନି ଦାଦନ ଶ୍ରମିକ ଚାଲାଣ । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବଲାଙ୍ଗୀର ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ୍ । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ଏହି ଡ୍ରାଇଭ ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଦୈନନ୍ଦିନ ପୋଲିସ ବିଭିନ୍ନ ଅଞ୍ଚଳରୁ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରୁଛି । ଏହି କ୍ରମରେ ପୋଲିସର 'ମିଶନ ଉଦ୍ଧାର' ଡ୍ରାଇଭ୍‌ରେ 14 ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ୨ ଦଲାଲ ଗିରଫ ହୋଇଛନ୍ତି ।

ତେବେ ପେଟପାଟଣା ପାଇଁ ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଭାବରେ ଚାଲାଣ ହୋଇଥାଏ । ଏହାକୁ ରୋକିବା ପାଇଁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ 'ମିଶନ ଉଦ୍ଧାର' ଆରମ୍ଭ କରିଛି । ଏଥିରେ ଗତକାଲି ପାଟଣାଗଡ଼ ପୋଲିସ ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ 14 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ପାଟଣାଗଡ଼ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଡ଼ଛପର ଗ୍ରାମ ନିକଟରେ ଏକ ବୋଲେରୋ ଗାଡ଼ିକୁ ଧରିଥିଲା । ଯେଉଁଥିରେ ପାଟଣାଗଡ଼ କର୍ଲାମାଲ ଗ୍ରାମର 14 ଜଣ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ- ପୋଲିସର ମିଶନ ଉଦ୍ଧାର, ଦାଦନ ଚାଲାଣ ବେଳେ 36 ଶ୍ରମିକ ଉଦ୍ଧାର

ପୋଲିସ ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଏଥିରେ ଦୁଇ ଜଣ ଶିଶୁ ସମେତ ୬ ଜଣ ମହିଳା ଓ ୮ ଜଣ ପୁରୁଷ ରହିଥିଲେ । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ପାଟଣାଗଡ଼ କର୍ଲାମାଲ ଗ୍ରାମର ହୋଇଥିବା ବେଳେ ତାଙ୍କୁ ଏହି ଗ୍ରାମର ଦାଦନ ସର୍ଦ୍ଦାର ଲିଙ୍ଗରାଜ ଷଣ୍ଢ ଆନ୍ଧ୍ର ରାଜ୍ୟର ଏକ ଇଟାଭାଟିକୁ ଚାଲାଣ କରୁଥିଲା । ଏହି ଅଭିଯୋଗରେ ପୋଲିସ ଦାଦନ ସର୍ଦ୍ଦାର ଲିଙ୍ଗରାଜ ଷଣ୍ଢ ଓ ତାର ସହଯୋଗୀ ତଥା ଗାଡ଼ି ଡ୍ରାଇଭରକୁ ଗିରଫ କରିଛି । ସେହିପରି ଉଦ୍ଧାର ସମସ୍ତଙ୍କୁ ସୁରକ୍ଷିତ ତାଙ୍କ ଗାଁରେ ନେଇ ପୋଲିସ ଛାଡିଛି ।

ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ଅଜୟ ତାଣ୍ଡି କହିଛନ୍ତି ଯେ, ସେମାନେ ସମସ୍ତେ ପେଟପାଟଣା ପାଇଁ ଆନ୍ଧ୍ର ରାଜ୍ୟକୁ ଯାଇଥିଲେ । ଏଥିପାଇଁ ସେମାନେ 20 ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ଦାଦନ ସର୍ଦ୍ଦାର ତାଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆନ୍ଧ୍ର ନେଉଥିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 10, 2023, 10:56 AM IST

ABOUT THE AUTHOR

...view details