ଓଡିଶା

odisha

ETV Bharat / state

ତୁଚ୍ଛ ହେଲା ରକ୍ତ ସମ୍ପର୍କ, କୁକୁର ବନ୍ଧାକୁ ନେଇ ଭାଇର ଜୀବନ ନେଲା ଭାଇ

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କାଲସାଏ ପାଳିରେ ଘର ସମ୍ମୁଖରେ କୁକୁର ବନ୍ଧାକୁ ନେଇ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

man killed his brother
man killed his brother

By

Published : Mar 20, 2023, 1:56 PM IST

ବଲାଙ୍ଗୀର:ଘର ସମ୍ମୁଖରେ କୁକୁର ବନ୍ଧାକୁ ନେଇ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କାଲସାଏ ପାଳିରେ । ତେବେ ଗତ ମାର୍ଚ୍ଚ 28 ତାରିଖରେ କାଳସାଏ ପାଲି ଗ୍ରାମରେ ରହୁଥିବା ଶତୃଘ୍ନ କାଲସାଏଙ୍କୁ ତାଙ୍କ ଭାଇ ଓ ସମ୍ପର୍କୀୟ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଶତୃଘ୍ନ କାଲସାଏ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ତେବେ ଶତ୍ରୁଘ୍ନ କାଲସାଏଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାକୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ଓ ପରେ ବୁର୍ଲା ଓ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରୁ ପରବର୍ତ୍ତୀ ସମୟରେ ତାଙ୍କୁ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେଠି ତାଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବିଶ୍ୱ ପଖାଳ ଦିବସ: ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗିହୁଏ ବିଭିନ୍ନ ରକମର ପଖାଳ

ଏହା ମଧ୍ୟ ପଢନ୍ତୁ-Matric Exam Answer Sheet Evaluation: ସରିଲା ମାଟ୍ରିକ ପରୀକ୍ଷା, ଆସନ୍ତା 3ରୁ ଖାତା ଦେଖା

ସୂଚନା ମୁତାବକ, ଶତୃଘ୍ନ କାଲସାଏ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମି ଜମା ବିବାଦ ଲାଗି ରହିଥିଲା । ସେହିପରି ଘଟଣା ଦିନ ଭାଇର ଘର ସମ୍ମୁଖରେ କୁକୁର ବାନ୍ଧିବାକୁ ନେଇ ପୁଣି ତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯେଉଁଥିରେ ତାଙ୍କ ଭାଇ ଓ ଅନ୍ୟ ମାନେ ତାଙ୍କୁ ଲୁହା ଶାବଳ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ତେବେ ଏଥିରେ ଶତୃଘ୍ନ କାଲସାଏ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଏନେଇ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।

ସେହିପରି ମୃତକଙ୍କ ସ୍ତ୍ରୀ ଏହାକୁ ନେଇ ସଦର ଥାନାରେ ମରଣାନ୍ତକ ଆକ୍ରମଣର ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଏହି ମାମଲା ହତ୍ୟାରେ ପରିବର୍ତ୍ତନ ହୋଇଛି । ଏବଂ ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖାନ ତଲାସୀ ଜାରି ରଖିଥିବା ବେଳେ ଏଯାଏଁ କାହାରିକୁ ଏଥିରେ ଗିରଫ କରାଯାଇ ନାହିଁ । ସେପଟେ ମୃତ ଶତୃଘ୍ନ କାଲସାଏଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି । ଏଥିସହ ସଂପୃକ୍ତ ଗାଁରେ ଏହି ଘଟଣା ପରେ ଶୋକର୍ ଛାୟା ଖେଳିଯାଇଛି । ଏଠି ରକ୍ତସମ୍ପର୍କ ତୁଚ୍ଛ ହୋଇଛି । କୁକୁର ବନ୍ଧାକୁ ନେଇ ଭାଇର ଜୀବନ ନେଇଛି ଭାଇ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details