ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଗୁରୁବାର ସନ୍ଧ୍ୟାରେ ବଲାଙ୍ଗିର ଗୁଡ଼ଭେଳା ଗ୍ରାମର ଘାସି ଭୋଇ ନାମକ ଜଣେ ବ୍ୟକ୍ତି   ନିଜ ବିଲକୁ କାଠ ଆଣିବାକୁ ଯାଇଥିବା ବେଳେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇ ପ୍ରଥମେ ଗୁଡ଼ଭେଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତରିତ ହୋଇଥିଲେ । ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗିର

By

Published : Sep 6, 2019, 1:33 AM IST

ବଲାଙ୍ଗିର: ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ଗ୍ରାମରେ ।


ସୂଚନା ଅନୁଯାୟୀ, ବଲାଙ୍ଗିର ଗୁଡ଼ଭେଳା ଗ୍ରାମର ଘାସି ଭୋଇ ନାମକ ଜଣେ ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ ନିଜ ବିଲକୁ କାଠ ଆଣିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ତିନୋଟି ଭାଲୁ ଆକ୍ରମଣ କରି ତାଙ୍କ ମୁହଁ ଆଖିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ । ଏହାପରେ ସେ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବିଲଠାରେ ଆସି ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗିର

ଏହାପରେ ଗ୍ରାମବାସୀ ଭାଲୁ ମାନଙ୍କୁ ଘଉଡ଼ାଇବା ସହ ଘାସି ଭୋଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୁଡ଼ଭେଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ ।


ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।


ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details