ବଲାଙ୍ଗୀର: ଯୁବକର ଆତ୍ମହତ୍ୟା । ବଲାଙ୍ଗୀର ସଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ ନେଇ ଘଟିଥିବା ଜଣାପଡିଛି ।
ଘରୋଇ କଳହକୁ ନେଇ ଯୁବକର ଆତ୍ମହତ୍ୟା - ଯୁବକର ଆତ୍ମହତ୍ୟା
ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଟିକ୍ରାପଡାରେ ପାରିବାରିକ କଳହ ନେଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରିଛି । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଟିକ୍ରାପଡାରେ ପାରିବାରିକ କଳହ ନେଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଦେବାର୍ଚ୍ଚନ ବିଶ୍ଵାଳଙ୍କ ପୁଅ କୈଳାଶ ବିଶ୍ଵାଳ ନିଜ ପରିବାର ଲୋକଙ୍କ ସହ ଝଗଡା କରି ନିଜ କୋଠରୀ ଭିତରେ ଥିବା ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସଇଁତଳା ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ସଇଁତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମହ ୱାହିଦ, ଇଟିଭି ଭାରତ