ବଲାଙ୍ଗୀର: ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ବଡ଼ମାଳ କଳାହାଣ୍ଡି ଛକ ରେଳ ଧାରଣାରୁ ବୁଧବାର ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ ସନ୍ଦେହ କରିଛନ୍ତି।
ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ କଳାହାଣ୍ଡି ଛକ ରେଳ ଧାରଣା ନିକଟ ଏକ ନର୍ଦ୍ଦମାରେ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଲୋକେ ଦେଖିଥିଲେ। ପରେ ଲୋକେ ସ୍ଥାନୀୟ ପୋଲିସକୁ ଏନେଇ ଖବର ଦେଇଥିଲେ ।