ବଲାଙ୍ଗୀର: ରବିବାର ଜିଲ୍ଲାରେ ଟ୍ରାକ୍ଟର ଡାଲା ଓଲଟି ପଡିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ବଲାଙ୍ଗୀର ତୁଷୁରା ଠାରେ ଏକ ରଡ୍ ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଯାଉଥିବା କେନାଲୁ ଗୁମର ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟର ଡାଲା ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଟ୍ରାକ୍ଟର ଡାଲା ଓଲଟି ବ୍ୟକ୍ତିଙ୍କ ମୃତ୍ୟୁ ଏପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମୃତଦେହକୁ ତୁଷୁରା ଗୁଦ୍ଭେଲା ଠାରେ ରଖି ରାସ୍ତାରୋକ କରିବା ସହ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।
ସେପଟେ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି। ଏଯାଏଁ ଆନ୍ଦୋଳନକାରୀଙ୍କ ସହ ପ୍ରଶାସନର ଆଲୋଚନା ହୋଇନଥିବାରୁ ଆନ୍ଦୋଳନ ଜାରି ରହିଛି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ