ଓଡିଶା

odisha

ETV Bharat / state

ମମିତା ମେହେର ହତ୍ୟାକାଣ୍ଡ, ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ଗଲା ଜବତ ସାମଗ୍ରୀ - Mamita Meher murder

ମମିତା ମେହେର ହତ୍ୟାକାଣ୍ଡରେ ଜବତ ହୋଇଥିବା ଏକାଧିକ ସାମଗ୍ରୀକୁ ଭୁବନେଶ୍ବରସ୍ଥିତ ଫରେନସିକ ଲ୍ୟାବ(SFSL)କୁ ପଠାଇଲା ବଲାଙ୍ଗୀର ପୋଲିସ । ତଦନ୍ତରେ ସହାୟକ ହେବା ସହ ଅଭିଯୁକ୍ତ ବିରୋଧରେ ସ୍ପଷ୍ଟ ହେବ ପ୍ରମାଣ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ, ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ଗଲା ଜବତ ସାମଗ୍ରୀ
ମମିତା ମେହେର ହତ୍ୟାକାଣ୍ଡ, ପରୀକ୍ଷା ପାଇଁ ଫୋରେନସିକ ଲ୍ୟାବକୁ ଗଲା ଜବତ ସାମଗ୍ରୀ

By

Published : Oct 24, 2021, 9:22 PM IST

Updated : Oct 24, 2021, 9:43 PM IST

ବଲାଙ୍ଗୀର:ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ୍ ହାତରେ କିଛି ବଳିଷ୍ଠ ପ୍ରମାଣ ଲାଗି ଥିବାବେଳେ ଏସବୁର ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଫୋରେନଲସିକ ଲ୍ୟାବ(SFSL) କୁ ପଠାଇଲା ବଲାଙ୍ଗୀର ପୋଲିସ । ଘଟଣାରେ ଜବତ ହୋଇଥିବା ପ୍ରାୟ 62ଟି ସାମଗ୍ରୀର ଟେଷ୍ଟ ପାଇଁ ପଠାଇଥିବା ଜଣା ପଡିଛି । ଯାହାଦ୍ବାରା ଜହ୍ଲାଦ ଗୋବିନ୍ଦ ସାହୁ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ସହ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାରେ ସହଜ ହେବା ବୋଲି ପୋଲିସ ଆଶା କରୁଛି ।

ମମିତା ମେହେର ହତ୍ୟାକାଣ୍ଡ, ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ଗଲା ଜବତ ସାମଗ୍ରୀ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ତଦନ୍ତକୁ ପୋଲିସ ତ୍ବରାନ୍ବିତ ଭାବେ ଜାରି ରଖିଛି । ଘଟଣା ଦିନରୁ ପୋଲିସର ୧୦ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିବାବେଳେ 15ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଜେରା କରିସାରିଥିବା ଜଣାପଡିଛି । ସେହିପରି ଉଦ୍ଧାର ହୋଇଥିବା ମମିତାଙ୍କ ଦେହାବଶେଷ ଓ ଅଭିଯୁକ୍ତ ଗୋବିନ୍ଦ ସାହୁର ଜବତ କାରରୁ ମିଳିଥିବା ପ୍ରମାଣ, କାର ଲାଗିଥିବା ମାଟି, ଚକ ଚିହ୍ନ, ପୋଡ଼ି ଯାଇଥିବା ମୋବାଇଲ, ଗୋବିନ୍ଦ ସାହୁ ଠାରୁ ଜବତ ୨ଟି ମୋବାଇଲ ସହ ମୋଟ 62 ସାମଗ୍ରୀକୁ ଅଧିକ ଟେଷ୍ଟ ପାଇଁ ଭୁବନେଶ୍ବର ସ୍ଥିତ SFSL ପରୀକ୍ଷାଗାରକୁ ପଠାଇଛି ବଲାଙ୍ଗୀରର ସିନ୍ଧେକେଲା ଥାନା ପୋଲିସ୍ । ତେବେ ହତ୍ୟାକାଣ୍ଡ ସମେତ ସ୍କୁଲରେ ଚାଲିଥିବା ବିଭିନ୍ନ ଅନୈତିକ କାର୍ଯ୍ୟ ସମ୍ପର୍କରେ ଯେଉଁ ଅଭିଯୋଗ ହେଉଛି, ତାର ମଧ୍ୟ ତଦନ୍ତ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Oct 24, 2021, 9:43 PM IST

ABOUT THE AUTHOR

...view details