ବଲାଙ୍ଗୀର:ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ହୁଲସ୍ତୁଲ । ବିରୋଧି ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି ସହ ବିକ୍ଷୋଭ ଜାରି ରଖିଛନ୍ତି । ଏପଟେ ଘଟଣାର ଗମ୍ଭୀରତାକୁ ଦେଖି ଆକ୍ସନ ମୋଡ୍ରେ ପୋଲିସ ସହ ରାଜ୍ୟ ମହିଳା କମିଶନ ।
ମମିତା ମେହର ମର୍ଡର କେସ୍: ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୁକ୍ରବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ନିଜେ ପୀଡିତାଙ୍କ ଜିଲ୍ଲା ବଲାଙ୍ଗୀରରେ ପହଞ୍ଚିଛନ୍ତି । ବଲାଙ୍ଗୀର ଏସପିଙ୍କ ସହିତ ଆଲୋଚନା କରି ପୀଡ଼ିତା ଶିକ୍ଷୟତ୍ରୀ ମମିତା ମେହେର କିପରି ନ୍ୟାୟ ପାଇବେ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଆସନ୍ତାକାଲି(ଶନିବାର) ମହିଳା କମିଶନ ଅଧ୍ୟକ୍ଷା ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦେଖା କରିବା ଶହ ମହାଲିଙ୍ଗ ଯାଇ ସଂପୃକ୍ତ ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ସ୍କୁଲ୍ରେ ଛାତ୍ରଛାତ୍ରୀ ଯେମିତି ସୁରକ୍ଷିତ ଭାବରେ ପାଠ ପଢିବେ ଓ ସେମାନଙ୍କୁ ଏକ ଭଲ ପରିବେଶ ମିଳିପାରିବ ସେନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ମଧ୍ୟ ଅଧ୍ୟକ୍ଷା ଆଲୋଚନା କରିବେ ।
ଶୁକ୍ରବାର ବଲାଙ୍ଗୀର ଏସପିଙ୍କ ସହିତ ଆଲୋଚନା କରି ପୀଡ଼ିତାଙ୍କୁ କିପରି ଶୀଘ୍ର ଓ ଉଚିତ୍ ନ୍ୟାୟ ମିଳିବ ଏବଂ ପରିବାର ଲୋକେ କିପରି ସୁରକ୍ଷିତ ରହିବେ ସେ ଦିଗରେ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏ ଯାଏଁ ପୋଲିସ୍ ତାର ତଦନ୍ତ ଠିକ୍ ଭାବେ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସଫଳ ହୋଇଥିବା ସେ କହିଛନ୍ତି ।
ବଲାଙ୍ଗୀରରୁ ଶୈଖ ମହମ୍ମଦ ୱାହିଦ୍, ଇଟିଭି ଭାରତ