ବଲାଙ୍ଗୀର:ବିଜେଡି ନେତା ଲୋକନାଥ ବିଶ୍ଵାଳଙ୍କୁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ସାର୍ପ ସୁଟରକୁ ରାୟପୁର ନିକଟରୁ ଗିରଫ କଲା ପୋଲିସ। ବିଜେଡି ନେତାଙ୍କୁ ହତ୍ୟା ପରେ ଫେରାର ଥିଲା ସାର୍ପ ସୁଟର ନରେଶ ସାହୁ । ଗୁରୁବାର ବଲାଙ୍ଗୀର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନାଅନୁଯାୟୀ, ଗତ ମାର୍ଚ୍ଚ 28 ତାରିଖ ସନ୍ଧ୍ୟାରେ ବିଜେଡି ନେତା ଲୋକନାଥ ବିଶ୍ବାଳଙ୍କୁ ଯୋଜନା ବଦ୍ଧ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା । ବେଲପଡ଼ା ବ୍ଲକ ଅନ୍ତର୍ଗତ ବାନମାଲ ଗ୍ରାମର ମୃତ ଲୋକନାଥ ବିଶ୍ଵାଳ ବିଜେଡିର ଜଣେ ଜଣାଶୁଣା ନେତା ଥିଲେ ଏବଂ ଏଥର ପଞ୍ଚାୟତ ନିର୍ବାଚନରେ ତାଙ୍କ ପତ୍ନୀ ନିର୍ଦ୍ଵନ୍ଦରେ ସମିତିସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ଯାହାକୁ ନେଇ ଗ୍ରାମର ବାସୁଦେବ ପ୍ରଧାନ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଏନେଇ ସନ୍ତୋଷ ଦାସଙ୍କୁ ସୁପାରି ଦେଇଥିଲା ।