ଓଡିଶା

odisha

ETV Bharat / state

ଲୁଇସିଙ୍ଗା ଗ୍ରାମକୁ 72ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ - luisinga village 72 hours shutdown

ଦିନକୁ ଦିନ ବଲାଙ୍ଗୀର ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଛି । ଏହା ମଧ୍ୟରେ ଜିଲ୍ଲାର ଲୁଇସିଙ୍ଗା ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

luisinga village 72 hours shutdown
ଲୁଇସିଙ୍ଗା ଗ୍ରାମକୁ 72ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

By

Published : Aug 16, 2020, 9:49 AM IST

ବଲାଙ୍ଗୀର: ଦିନକୁ ଦିନ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଛି । ଏହା ମଧ୍ୟରେ ଜିଲ୍ଲାର ଲୁଇସିଙ୍ଗା ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ବଲାଙ୍ଗୀରରେ କୋରୋନା ଅଣାୟତ୍ତ ହୋଇଥିବା ବେଳେ ଏଥିରୁ ଗ୍ରାମାଞ୍ଚଳ ମଧ୍ୟ ବାଦ ପଡିନାହିଁ । ଏହିପରି ଖପ୍ରାଖୋଲ ବ୍ଲକ୍ ଲୁଇସିଙ୍ଗା ଗ୍ରାମରୁ ନିକଟରେ ଦୁଇ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସରପଞ୍ଚ ରଞ୍ଜିତା ସୁନା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗାଁକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ଲୁଇସିଙ୍ଗା ଗ୍ରାମକୁ 72ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

ଏହି ଗାଁର ମାହାରପଡାକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ସଟଡାଉନ ସମୟରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ହେବା ସହ ଗାଆଁକୁ ସାନିଟାଇଜ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details