ବଲାଙ୍ଗୀର: ଜିଲ୍ଲାର ଲୋୟର ସୁକତେଲ ଡ୍ୟାମ କାମ ଦୀର୍ଘ ଅଢେଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି । ଏହି କାର୍ଯ୍ୟକୁ ବିସ୍ଥାପିତମାନେ ବିରୋଧ କରୁଥିବା ବେଳେ ଡ୍ୟାମର ମାଟି ଆଡିବନ୍ଧ କାମ ହେଉଥିବା ଦେଖିବାକୁ ମିଳିଛି । ତେବେ ବିସ୍ଥାପିତମାନଙ୍କୁ ଥଇଥାନ ନ କରାଗଲେ ପୁଣି ଆନ୍ଦୋଳନ ହୋଇପାରେ ବୋଲି ଆଶଙ୍କା ରହିଛି ।
ଏହି ଡ୍ୟାମର ନିର୍ମାଣ ଯୋଗୁଁ 15ଟି ଗ୍ରାମର ଗ୍ରାମବାସୀମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏମାନଙ୍କୁ ଥଇଥାନ ସହିତ କ୍ଷତିପୂରଣ ପାଇଁ ସରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏଥିଲାଗି ଡ୍ୟାମରେ ଚାଲିଥିବା ମାଟି ଆଡିବନ୍ଧ କାର୍ଯ୍ୟକୁ ଗ୍ରାମବାସୀମାନେ ବିରୋଧ କରିନାହାନ୍ତି । ହେଲେ ବିସ୍ଥାପିତ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।