ବଲାଙ୍ଗୀର:ସୋୟାବିନରେ ପୋକ ସାଲୁ ବାଲୁ । ସ୍କୁଲରେ ପୋକ ସାଲୁବାଲୁ ମଧ୍ୟାହ୍ନ ଭୋଜନ ପରସା ଯାଉଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଘେରାଉ କରିଛନ୍ତି । ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ବଲାଙ୍ଗୀର ଏକ ସ୍କୁଲରେ ପୋକ ସାଲୁ ବାଲୁ ହେଉଥିବା ଅତି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ପରସା ଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏହାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆ ଯିବା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ହୋଇଛି । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏଥିରେ ଅବ୍ୟବସ୍ଥା ଯୋଗୁଁ ଅନେକ ସ୍ଥାନରୁ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି । ବଲାଙ୍ଗୀର ଜିଲ୍ଲାର ଏକ ସ୍କୁଲରୁ ମଧ୍ୟ ପୋକ ସାଲୁ ବାଲୁ ଓ ଅତି ନିମ୍ନମାନର ମଧ୍ୟାହ୍ନ ଭୋଜନ ପରସା ଯାଇଥିବା ନେଇ ଅଭିଯୋଗ ଆସିଛି । ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରି ପାଲି ପଞ୍ଚାୟତ ତେଣ୍ଡିପାଲି ଉଚ୍ଚ ପ୍ରାଥମିକ ସ୍କୁଲରୁ ଏଭଳି ଅଭିଯୋଗ ହୋଇଛି । ଯେଉଁଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଘେରାଉ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ପୋକ ସାଳୁ ବାଲୁ ସୋୟାବିନ ତରକାରୀ ଦିଆଯାଇଥିଲା । ଯାହାକୁ ଛାତ୍ରଛାତ୍ରୀ ଦେଖିବା ପରେ ନିଜ ଅଭିଭାବକଙ୍କୁ ଜଣାଇଥିଲେ । ଏହାର ଖବର ପାଇ ସ୍ଥାନୀୟ ସରପଞ୍ଚ ଗଜପତି ସାହୁ ସ୍କୁଲକୁ ଯାଇ ତଦାରଖ କରିଥିଲେ । ଛାତ୍ରଛାତ୍ରୀ ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରି ଏହାର ଉତ୍ତର ମାଗିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେପଟେ ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ମଧ୍ୟ ଭୋଜନରେ ପୋକ ଥିବା ସ୍ପଷ୍ଟ କରିଛନ୍ତି । ତେବେ ଏଠି ପୂର୍ବରୁ ମଧ୍ୟ ଅତି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆ ଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଛାତ୍ର ଛାତ୍ରୀ ଖାଇବା ପରିବର୍ତ୍ତେ ଫିଙ୍ଗି ଥିବାର ଅଭିଯୋଗ ଆସିଛି ।