ବଲାଙ୍ଗୀର: ପ୍ରେମରେ ଅନ୍ଧ ଜଣେ ବିବାହିତ ମହିଳା ନିଜ ସ୍ଵାମୀ ଓ ଦୁଇ ସନ୍ତାନକୁ ଛାଡ଼ି ନିଜ ପ୍ରେମିକକୁ ପୋଲିସର ଉପସ୍ଥିତିରେ ବିବାହ କରିବା ଏବେ ଏଠି ଚର୍ଚ୍ଚାର ବିଷୟ ପାଲଟିଛି ।
ବଲାଙ୍ଗୀର ଖପ୍ରାଖୋଲ ଥାନା ଅନ୍ତର୍ଗତ ଅନକାମୁରା ଗ୍ରାମର ଭଜନ ଲାଲ ବାରଲେଡିଆଙ୍କୁ ମହିଳା ସବିତା ରୀତିନୀତି ଅନୁସାରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା ।
ତେବେ ବିବାହିତ ମହିଳା ସବିତାଙ୍କ ଏହି ଗ୍ରାମର ଯୁବକ ମୁକେଶ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଜଣକ ନିଜ ପ୍ରେମିକ ସହ ନିଜ ସନ୍ତାନ ଓ ସ୍ଵାମୀଙ୍କୁ ଛାଡ଼ି ଫେରାର ମାରିଥିଲେ । ସେପଟେ ତାଙ୍କ ସ୍ଵାମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପ୍ରେମିକ ମୁକେଶ ମହିଳାଙ୍କୁ ବାଟରେ ଛାଡ଼ି ଫେରାର ହୋଇ ଯାଇଥିଲେ ।