ବଲାଙ୍ଗୀର: ବଲାଙ୍ଗୀରରେ ଲକଡାଉନ ବେଳେ ସହର ମଧ୍ୟରେ ଅନେକ ଲୁଟ ଘଟଣା ଘଟିଛି। ଏହିପରି ଗତ 23 ତାରିଖ ରାତିରେ ବଲାଙ୍ଗୀର ତୁଷୁରାର ବ୍ୟାସ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ନିଜ କାରରେ କନ୍ଧପାଲି ପଡ଼ା ପତୁ ଆସୁଥିବାବେଳେ ତାଙ୍କୁ ଆକ୍ରମଣ ଓ ମାଡ଼ ମାରି 1 ଲକ୍ଷ 85 ହଜାର ଟଙ୍କା ଲୁଟ କରିଥିଲେ ଲୁଟେରା ।
ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ - ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ
ବଲାଙ୍ଗୀରରେ ଲକଡାଉନ ବେଳେ ସହର ମଧ୍ୟରେ ଅନେକ ଲୁଟ ଘଟଣା ଘଟିଛି । ଅଧିକ ପଢନ୍ତୁ...
![ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ](https://etvbharatimages.akamaized.net/etvbharat/prod-images/768-512-11884521-1062-11884521-1621873180612.jpg)
ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ
ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ
ସେହିପରି ସେହି ସମାନ ଦିନ ବଲାଙ୍ଗୀର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଏଟିଏମରୁ ଟଙ୍କା କାଢି ଫେରୁଥିବା ବେଳେ ତାଙ୍କୁ ମାଡ଼ ମାରି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ କରିଥିଲେ। ଏହାର ଅଭିଯୋଗ ଟାଉନ ଥାନାରେ ହେବା ପରେ ପୋଲିସ୍ ସୋମବାର ଏଥିରେ ତିନି ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଲୁଟେରାମାନେ ହେଲେ ବଲାଙ୍ଗୀର ଚିମ୍ନି ଭାଟିପଡ଼ାର ରାହୁଲେଶ୍ବର ପ୍ରଧାନ, ବ୍ରାହ୍ମଣ ପଡ଼ାର ରୁବୁଲ ସ୍ବାଇଁ ଓ ଠିକାଦାରପଡ଼ାର ଅମରେଶ ନାୟକ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ