ଓଡିଶା

odisha

By

Published : Jun 29, 2021, 9:02 AM IST

ETV Bharat / state

ବ୍ୟାଙ୍କ କର୍ମଚାରୀଙ୍କଠୁ 3 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗୀରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି 3 ଲକ୍ଷ ଲୁଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି 3 ଲୁଟ୍
ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି 3 ଲୁଟ୍

ବଲାଙ୍ଗୀର: ଜିଲ୍ଲାର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୋଇଛି । କର୍ମଚାରୀଙ୍କ ନିକଟରୁ 3 ଲକ୍ଷ ଲୁଟ୍ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପଙ୍ଗନିଆ ଗାଁର ବିଜୟ କୁମାର ନାଗ ମୁରିବାହାଲରେ କିୟୋସ୍କ ବ୍ୟାଙ୍କ ଚଲାଉଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି 3 ଲୁଟ୍

ସବୁଦିନ ପରି ସେ ଟଙ୍କା ନେଇ ନିଜ ବାଇକରେ ଯାଉ ଥିବାବେଳେ ପୁର୍ବରୁ ଏକ ଗଛ ତଳେ ଲୁଚିଥିବା ଡକାୟତ ଠେଙ୍ଗାରେ ବିଜୟଙ୍କୁ ଆକ୍ରମଣ କରିଥିଲେ । ବିଜୟ ତଳେ ପଡିଯିବାରୁ ତାଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ । ବ୍ୟାଗରେ ୩ ଲକ୍ଷ ଟଙ୍କା ଥିବା ବିଜୟ କହିଛନ୍ତି । ଏନେଇ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details