ଓଡିଶା

odisha

ETV Bharat / state

ଲୋକଉତ୍ସବରେ ଦୁଲୁକିବ ବଲାଙ୍ଗୀର

ଶୁକ୍ରବାର ଠାରୁ ଜିଲ୍ଲାରେ ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ବିଂଶତମ ବଲାଙ୍ଗୀର ଲୋକଉତ୍ସବ । ଏହି ଉତ୍ସବରେ ଜିଲ୍ଲା ସମେତ ରାଜ୍ୟର 10 ଟି ଜିଲ୍ଲାର ଲୋକନୃତ୍ୟ ଓ ଗୀତ ପ୍ରଦର୍ଶିତ ହେବ । ଅଧିକ ଖବର ପଢନ୍ତୁ...

ଲୋକଉତ୍ସବରେ ଦୁଲୁକିବ ବଲାଙ୍ଗୀର
ଲୋକଉତ୍ସବରେ ଦୁଲୁକିବ ବଲାଙ୍ଗୀର

By

Published : Jan 2, 2020, 9:49 PM IST

ବଲାଙ୍ଗୀର: ଶୁକ୍ରବାର ଠାରୁ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେବାକୁ ଯାଉଛି ବିଂଶତମ ବଲାଙ୍ଗୀର ଲୋକଉତ୍ସବ । ସେଥିପାଇଁ ପ୍ରସ୍ତୁତି ସରିଥିବା ବେଳେ ଲୋକକଳା ସଂସ୍କୃତିର ଏହି ମହାମିଳନ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏହି ଉତ୍ସବ 6 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳରେ ଆୟୋଜିତ ହେବ ।

ଲୋକଉତ୍ସବରେ ଦୁଲୁକିବ ବଲାଙ୍ଗୀର

ଏହି ଉତ୍ସବରେ ଜିଲ୍ଲା ସମେତ ରାଜ୍ୟର 10 ଟି ଜିଲ୍ଲାର ଲୋକନୃତ୍ୟ ଓ ଗୀତ ପ୍ରଦର୍ଶିତ ହେବ । ସେହିପରି ଭାରତର ପୂର୍ବାଞ୍ଚଳ ଓ ଉତ୍ତରାଞ୍ଚଳରୁ 6ଟି ଲୋକନୃତ୍ୟ ଏଥିରେ ପ୍ରଦର୍ଶିତ ହେବ । ଯେଉଁଥିରେ ଆସାମର ବିହୁ ନୃତ୍ୟ, ପଞ୍ଜାବର ଗିବଦା, ଝାଡଖଣ୍ଡର ପାଇକା, ପଶ୍ଚିମବଙ୍ଗର ଝୁମର ଓ ଭାରତ ନାଟ୍ୟମ ଭଳି ଲୋକ ନୃତ୍ୟ ଏଠାରେ ପରିବେଷିତ ହେବ।

ତେବେ ସର୍ବମୋଟ 50 ଟି ଲୋକକଳା ସାଂସ୍କୃତିକ ସଂଗଠନ ମାନେ ନିଜର କଳାପ୍ରତିଭା ଏହି ମଞ୍ଚରେ ପରିବେଷିତ କରିବେ। ସେହିପରି ଓରମାସ ଦ୍ବାରା ହସ୍ତକଳାର ମଧ୍ୟ ପ୍ରଦର୍ଶନୀ କରାଯିବ ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ହସ୍ତକଳା ସବୁ ସାମିଲ ହେବ । ତେବେ ଜିଲ୍ଲାରେ ଏହି ଉତ୍ସବ ନିଶ୍ଚୟ ସଫଳ ହେବ ଓ ଲୋକଙ୍କ ବେଶ ଭିଡ଼ ଜମିବ ବୋଲି ଆୟୋଜକ ଆଶାବାଦୀ ଅଛନ୍ତି।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details