ବଲାଙ୍ଗୀର:ମହାମାରୀ ପାଇଁ ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗିଥିଲା ରୋକ । ଦୀର୍ଘ ଦୁଇ ବର୍ଷ ପରେ ସପ୍ତମ ଲୋକକଳା ଉତ୍ସବ ବଲାଙ୍ଗୀରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ ଓ ଓଡିଶା ସଂସ୍କୃତି ବିଭାଗର ସହଭାଗୀତାରେ ବଲାଙ୍ଗୀର ଦୁଲ ଦୁଲି କଳା ପରିଷଦ ଏହାର ଆୟୋଜନ କରିଛି।
ଏହା ତିନି ଦିନ ଧରି ଚାଲିବ । ଏ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତର 150 ଲୋକକଳା ଅନୁଷ୍ଠାନ ଯୋଗ ଦେଇଛନ୍ତି । ସେମାନେ ତାଙ୍କ ଅଞ୍ଚଳର ଲୋକକଳା ଏଠାରେ ପ୍ରଦର୍ଶିତ କରିବେ । ଯେଉଁଥିରେ ବିହାର, ଝାରଖଣ୍ଡ, କୋଲକାତା, ଆସାମ ସହିତ ବଲାଙ୍ଗୀରର ବିଭିନ୍ନ ଅନୁଷ୍ଠାନ ତାଙ୍କର ଲୋକକଳା, ନୃତ୍ୟ ,ଗୀତ ଏଠି ପ୍ରଦର୍ଶିତ କରିବେ । ତେବେ ମଙ୍ଗଳବାର ଉଦଘାଟନୀ ଦିବସରେ ଆସାମର ବିହୁ ନୃତ୍ୟ ବଲାଙ୍ଗୀରର ଘୁଡକା ନୃତ୍ୟ ଭଳି ଅନେକ ଲୋକ ନୃତ୍ୟ ଓ ଗୀତ ଏଠାରେ ପରିବେଷଣ କରାଯାଇଥିଲା ।