ବଲାଙ୍ଗୀର: ଜିଲ୍ଲାକୁ ବ୍ୟାପୁଛି କୋରୋନା । ଲୋଇସିଂହା ଗାଁରେ 11 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସୁନିଲ ଅଗ୍ରୱାଲ ଲୋଇସିଂହା ଅଞ୍ଚଳକୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ସମାନ ଭାବରେ ନୂଆପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଅଞ୍ଚଳକୁ ସିଲ କରିଛନ୍ତି ଏବଂ ସାଧାରଣ ଲୋକଙ୍କୁ ନିୟମ ମାନିବା ପାଇଁ କହିଛନ୍ତି । ଦିନ 2ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସରପଞ୍ଚ କହିଛନ୍ତି ।
ବଲାଙ୍ଗୀରରେ ବ୍ୟାପୁଛି କୋରୋନା, ଲୋଇସିଂହା ଓ ବଙ୍ଗୋମୁଣ୍ତା ସଟଡାଉନ - ଡରାଉଛି କୋରୋନା
କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋଇସିଂହା ଓ ବଙ୍ଗୋମୁଣ୍ତା ଅଞ୍ଚଳ ସଟଡାଉନ । ସଟଡାଉନ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ । ଅଧିକ ପଢନ୍ତୁ...
ଡରାଉଛି କୋରୋନା, ଲୋଇସିଂହା ଓ ବଙ୍ଗୋମୁଣ୍ତା ଅଞ୍ଚଳ ସଟ ଡାଉନ
ସେହିପରି ବଙ୍ଗୋମୁଣ୍ତାକୁ ମଧ୍ୟ ସ୍ଥାନୀୟ ସରପଞ୍ଚ ସଟ ଡାଉନ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳରୁ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ସୁଶାନ୍ତ ଯୋଶୀ ବଙ୍ଗୋମୁଣ୍ଡା କୁ 48 ଘଣ୍ଟା ପାଇଁ ପ୍ରଥମ ପର୍ଯ୍ୟାୟରେ ସଟଡାଉନ୍ ଘୋଷଣା କରିଛନ୍ତି। ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ