ବଲାଙ୍ଗୀର:କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରି ଥିବାବେଳେ ଏଥିରେ ସହଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ତେବେ ଜିଲ୍ଲାରେ ଲକଡାଉନ କଡାକଡି ପାଳନ କରାଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସପି ନୀତିନ କୁସଲକର ସୂଚନା ଦେଇଛନ୍ତି ।
ଲକଡାଉନରେ ସବୁ ସୁବିଧା ମିଳିବ: ବଲାଙ୍ଗୀର ଏସପି - ବଲାଙ୍ଗୀର ଲକ ଡାଉନ
ବଲାଙ୍ଗୀରରେ ଲକଡାଉନ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ । ଏହି ସମୟ ମଧ୍ୟରେ ଜରୁରୀ ସେବା ଯୋଗାଇବାରେ କୌଣସି ଅବହେଳା ହେବ ନାହିଁ ବୋଲି ଜିଲ୍ଲା ଏସପିଙ୍କ ସୂଚନା । ଅଧିକ ପଢନ୍ତୁ...
ଯେଉଁଥିରେ ଗ୍ରାମାଞ୍ଚଳରୁ ଏହାକୁ ସଫଳ କରିବା ପାଇଁ ସରପଞ୍ଚ ବିଡ଼ିଓ ସମସ୍ତଙ୍କ ସହିତ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ସମସ୍ତ ପୌରପାଳିକା ଓ ଇଞ୍ଜିନିୟର, ଏସସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ସବୁ ଥାନା ଅଧିକାରୀଙ୍କ ସହ ମଧ୍ୟ ଲକଡାଉନକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ତେବେ ସକାଳ 6ଟା ରୁ ଦିନ 12 ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଦୋକାନ ଖାଲା ରହିବ । ଏହି ସମୟ ମଧ୍ୟରେ 500 ମିଟର ମଧ୍ୟରେ ଚାଲିଚାଲି ଯାଇ ସାମଗ୍ରୀ ଆଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ଲକଡାଉନ କୋହଳ ସମୟ ମଧ୍ୟରେ ମାଛ, ମାଂସ, ଗେରେଜ, ଦୁଗ୍ଧ ବିକ୍ରୟ କେନ୍ଦ୍ର, ପନିପରିବା, ରାସନ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବ । ଏସବୁ ନିୟମକୁ ମାନିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।
ସେହିପରି ଲକଡାଉନ ଅବଧି ମଧ୍ୟରେ ଜରୁରୀ ସେବା ଓ ବ୍ୟବସ୍ଥାରେ ଯେମିତି ବାଧା ନ ଉପୁଜିବ ସେଥିପାଇଁ ପୋଲିସ କାର୍ଯ୍ୟ କରିବ ବୋଲି ଏସପି କହିଛନ୍ତି । ସମାନ ଭାବରେ ପ୍ରବାସୀ ଶ୍ରମିକଙ୍କ ଥଇଥାନ ଓ ଯାତାୟାତ ପାଇଁ ମଧ୍ୟ ପୋଲିସ ବ୍ୟବସ୍ଥା କରିବ ବୋଲି ଏସପି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ