ଓଡିଶା

odisha

By

Published : Jun 2, 2020, 10:30 PM IST

ETV Bharat / state

ବଲାଙ୍ଗୀରରେ ଲକଡାଉନ ଅବଧି ବୃଦ୍ଧି

ବଲାଙ୍ଗୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରେଡ ଜୋନରେ ଅନ୍ତର୍ଭୁକ୍ତ ହୋଇଛି ବଲାଙ୍ଗୀର। ତେବେ ଏଠି ଲକ୍ ଡାଉନ୍ ବୃଦ୍ଧି ପାଇଥିବା ବେଳେ କଣ ସବୁ ଖୋଲା ରହିବ ଓ କଣ ବନ୍ଦ ଅଧିକ ପଢନ୍ତୁ...

lock-down-extended-in-balangir
lock-down-extended-in-balangir

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରେଡ ଜୋନରେ ଅନ୍ତର୍ଭୁକ୍ତ ହୋଇଛି ବଲାଙ୍ଗୀର। ସେହିପରି ଓଡିଶାରେ ଅନଲକ୍ ପରିବର୍ତ୍ତେ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି। ବିଶେଷ କରି ବଲାଙ୍ଗୀର ଭଳି ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି। ତେବେ ଏଠି ସବୁ ଧାର୍ମିକ ଅନୁଷ୍ଠାନ, ଶିକ୍ଷ୍ୟା ଅନୁଷ୍ଠାନ, ମଲ୍, ଇତ୍ୟାଦି ବନ୍ଦ୍ ରହିବ। ସେହିପରି ବିଭିନ୍ନ ବଡ଼ ଧରଣର ଉତ୍ସବ ମଧ୍ୟ ବନ୍ଦ୍ ଥିବା ବେଳେ ବିବାହ ପାଇଁ ଅନୁମତି ନେଇ 50 ଜଣ ମଧ୍ୟରେ ତାହା ସମ୍ପନ୍ନ ହେବ।

ବଲାଙ୍ଗୀରରେ ଲକଡାଉନ ଅବଧି ବୃଦ୍ଧି

ସମାନ ଭାବରେ ମୃତ୍ୟୁ ଘଟଣାରେ କୋଡ଼ିଏ ଜଣକୁ ନେଇ କାର୍ଯ୍ୟ ସମ୍ପର୍ନ୍ନ କରା ଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏଠି ସଂଖ୍ୟା ବଢୁଥିବାରୁ ସପ୍ତାହରେ ଦୁଇ ଦିନ ଶନିବାର ଓ ରବିବାର ଦିନ ଜିଲ୍ଲା ସଟ ଡାଉନ୍ କରାଯିବ ଓ ତାକୁ କଡାକଡ଼ି ପାଳନ କରାଯିବା ବୋଲି ଜିଲ୍ଲାପାଳ କହିଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details