ଓଡିଶା

odisha

By

Published : Oct 23, 2019, 7:32 PM IST

ETV Bharat / state

ଡାକ୍ତରଙ୍କୁ ଯୁବକଙ୍କ ଦୁର୍ବ୍ୟବହାର ଘଟଣା, ବଲାଙ୍ଗୀର ଏସପିଙ୍କୁ ଭେଟିଲେ ସ୍ଥାନୀୟ ଲୋକେ

ବେଲପଡାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକଙ୍କ ଦୁର୍ବ୍ୟବହାର ଘଟଣା । ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଲୋକେ ।

ଡିଜାଇନ ଫଟୋ

ବଲାଙ୍ଗୀର: ବେଲପଡାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକଙ୍କ ଦୁର୍ବ୍ୟବହାର ଘଟଣାରେ ଏସପିଙ୍କୁ ଭେଟିଲେ ସ୍ଥାନୀୟ ଲୋକେ । ପୂର୍ବରୁ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପାଟଣାଗଡ ଥାନାରେ ଡାକ୍ତରଙ୍କ ନାଁରେ ହତ୍ୟା ଧମକର ଅଭିଯୋଗ ହୋଇଥିବାରୁ ମାମଲା ଏବେ ଜଟିଳ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପାଟଣାଗଡର ଦୁଇ ଜଣ ଯୁବକ ଡାକ୍ତରଙ୍କ ଆବାସିକ କ୍ଲିନିକକୁ ଯାଇ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବାର ଡାକ୍ତର ପ୍ରୀତମ ସୁନା ଲିଖିତ ଭାବେ ବେଲପଡା ଥାନାରେ ଜଣାଇଥିଲେ । ଯାହାକୁ ନେଇ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଡାକ୍ତରଙ୍କ ସପକ୍ଷରେ ସ୍ଥାନୀୟ ଲୋକେ ଏସପିଙ୍କୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ପାଟଣାଗଡ ଥାନାରେ ଦୁଇ ଯୁବକ ଡାକ୍ତରଙ୍କ ନାଁରେ ହତ୍ୟା ଧମକର ଲିଖିତ ଅଭିଯୋଗ କରିଛନ୍ତି । ଫଳରେ ଏହି ମାମଲା ଏବେ ଜଟିଳ ହେବାରେ ଲାଗିଛି । ତେବେ ବଲାଙ୍ଗୀର ଏସପି ଏହାର ତଦନ୍ତ ଦାୟିତ୍ବ ଜଣେ ଡିଏସପିଙ୍କୁ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details