ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଚିନ୍ତା ବଢାଉଛି ଲୋକାଲ୍ କଣ୍ଟାକ୍ଟ, ପ୍ରଥମେ ସହର ଏବେ ଗାଁ ପାଳି - ବଲାଙ୍ଗୀରରେ ଚିନ୍ତା ବଢାଉଛି ଲୋକାଲ୍ କଣ୍ଟାକ୍ଟ

ପ୍ରଥମେ ସହରରେ ଲୋକାଲ କଣ୍ଟାକ୍ଟ ଚିନ୍ତାର କାରଣ ହୋଇଥିବା ବେଳେ ଏବେ ପୁଣି ଗ୍ରାମାଞ୍ଚଳରେ ଲୋକାଲ କଣ୍ଟାକ୍ଟ କୋରୋନା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଯେଉଁଥିରେ ମଙ୍ଗଳବାର ବଲାଙ୍ଗୀର ଖପ୍ରାଖୋଲ ଦେଓଧର ଗ୍ରାମରେ ତିନି ଜଣ ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ବଲାଙ୍ଗୀରରେ ଚିନ୍ତା ବଢାଉଛି ଲୋକାଲ୍ କଣ୍ଟାକ୍ଟ, ପ୍ରଥମେ ସହର ଏବେ ଗାଁ ପାଳି
ବଲାଙ୍ଗୀରରେ ଚିନ୍ତା ବଢାଉଛି ଲୋକାଲ୍ କଣ୍ଟାକ୍ଟ, ପ୍ରଥମେ ସହର ଏବେ ଗାଁ ପାଳି

By

Published : Jul 14, 2020, 2:25 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ବଢି ବଢି ଚାଲିଛି। ପ୍ରଥମେ ସହରରେ ଲୋକାଲ କଣ୍ଟାକ୍ଟ ଚିନ୍ତାର କାରଣ ହୋଇଥିବା ବେଳେ ଏବେ ପୁଣି ଗ୍ରାମାଞ୍ଚଳରେ ଲୋକାଲ କଣ୍ଟାକ୍ଟ କୋରୋନା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଯେଉଁଥିରେ ମଙ୍ଗଳବାର ବଲାଙ୍ଗୀର ଖପ୍ରାଖୋଲ ଦେଓଧର ଗ୍ରାମରେ ତିନି ଜଣ ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ସେହିପରି ଏହି ଗାଁର ସଂଗରୋଧ କେନ୍ଦ୍ରରୁ ମଧ୍ୟ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଛଡା ମଙ୍ଗଳବାର ଟିଟିଲାଗଡ଼ ନରେନ ଗ୍ରାମରୁ ମଧ୍ୟ ଜଣେ ଗଞ୍ଜାମ ଜିଲ୍ଲା ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି।

ତେବେ 3 ଜଣ ଲୋକାଲ ମାମଲା ସହ ମୋଟ ପାଞ୍ଚ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାପରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 268ରେ ପହଁଚିଛି। ଏବଂ ଏମଧ୍ୟରୁ 212 ଜଣ ସୁସ୍ଥ ହୋଇଥିବା ବେଳେ 56 ଜଣ ଆକ୍ଟିଭ ମାମଲା ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details