ବଲାଙ୍ଗୀର: ସମାଜରୁ ଏକ ପ୍ରକାର ବିତାଡିତ, ସମସ୍ତଙ୍କର ଘୃଣା ନଜର ଓ ଘୋର ଅଭାବ ଅନାଟନ ମଧ୍ୟରେ ରହୁଛନ୍ତି ଜିଲ୍ଲାର ଏହି କୁଷ୍ଠ ରୋଗୀ । ବେଳେବେଳେ କିଛି ସମାଜସେବୀ ସହାୟତାର ହାତ ବଢାଇଦିଅନ୍ତି ଓ ବର୍ଷକୁ ଥରେ ଦି ଥର ପ୍ରଶାସନର ନଜର ପଡିଯାଏ ।
ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥରେ ପରିତ୍ୟକ୍ତ ଭାବରେ ରହୁଛନ୍ତି ଏହି କୁଷ୍ଠ ଅନ୍ତେବାସୀ । କୁଷ୍ଠ ରିଜି ଆଶ୍ରମ ବୋଲି ଜଣାଶୁଣା ଏହି ଗ୍ରାମ । ଏହି ଗ୍ରାମ ବିଷୟରେ ସମସ୍ତେ ଜାଣିଥିଲେ ସୁଦ୍ଧା ଏହା ଉପରେ କାହାର ନଜର ପଡିନାହିଁ । ଏଠି 50ରୁ ଉର୍ଦ୍ଧ ରୋଗୀ ରହୁଥିବା ବେଳେ ଏମାନଙ୍କ ରହିବା ପାଇଁ କୌଣସି ପକ୍କା ଘର ବ୍ୟବସ୍ଥା ହୋଇପାରିନାହିଁ । କୁଡ଼ିଆ-ପଲିଥିନ ଘରେ ଜୀବନ ଅତିବାହିତ କରୁଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଏମାନଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି ମାତ୍ର ଡାକ୍ତରଖାନା ଗଲେ ନିଜେ ନିଜର ପଟି କରୁଛନ୍ତି । ଡାକ୍ତରଖାନାରେ କୌଣସି ସୁବିଧା ମିଳୁନଥିବାରୁ ସ୍ବାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଅବନତି ଦେଖାଦେଉଛି ।