ଓଡିଶା

odisha

By

Published : Aug 12, 2023, 12:00 PM IST

ETV Bharat / state

କଲେଜରେ ଛାତ୍ରଙ୍କୁ ମାଡ ଅଭିଯୋଗ, ଅଧ୍ୟାପକ ଗିରଫ

ବଲାଙ୍ଗୀରର ମଧ୍ୟାପାଳୀ ଠାରେ ଥିବା ଏକ ଘରୋଇ କଲେଜରେ ଛାତ୍ରଙ୍କୁ ମାଡ ଅଭିଯୋଗ । ଅଧ୍ୟାପକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

lecture arrested for beating student
lecture arrested for beating student

lecture arrested for beating student

ବଲାଙ୍ଗୀର:କଲେଜ ଛାତ୍ରକୁ ମାଡ ମାରିଲେ ଅଧ୍ୟାପକ । ବଲାଙ୍ଗୀରରେ ଥିବା ଏକ ଘରୋଇ କଲେଜରେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ । ଏନେଇ ଗତକାଲି(ଶୁକ୍ରବାର) ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

ସୂଚନା ମୁତାବକ, ଛାତ୍ର ଜଣକ ଗତକାଲି ତାଙ୍କ ବଟନି କ୍ଲାସରେ ଥିବା ବେଳେ କ୍ଲାସ ନେଉଥିବା ଅଧ୍ୟାପିକାଙ୍କୁ କେହି କମେଣ୍ଟ ମାରିଥିଲେ । ଯାହା ପରେ ସଂପୃକ୍ତ ଅଧ୍ୟାପିକା ସମସ୍ତ ଛାତ୍ର ଛାତ୍ରୀଙ୍କୁ କିଏ କମେଣ୍ଟ ମାରିଲା ବୋଲି ପଚାରିଥିଲେ । ଏହି ଛାତ୍ରଙ୍କୁ ସେ ଦୋଷ ଦେଇ ତାଙ୍କୁ କ୍ଲାସରୁ ବାହାରି ଯିବାକୁ କହିଥିଲେ । ସେହିପରି ସଂପୃକ୍ତ ଛାତ୍ର ଜଣକ ବାହାରେ ଥିବା ବେଳେ ଆଉ ଜଣେ ଅଧ୍ୟାପକ ସଚିନ କ୍ଷେତି ତାଙ୍କ ପାଖକୁ ଆସି ମାଡ ମାରିଥିବାର ସେ ଅଭିଯୋଗ କରିଛନ୍ତି । ସେପଟେ ଏହାର ଅଭିଯୋଗ ଗତ ଗୁରୁବାର ରାତିରେ ତାଙ୍କ ଅଭିଭାବକ ବଲାଙ୍ଗୀର ପୁଇନ୍ତଳା ଥାନାରେ ଲିଖିତ ଭାବରେ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ ! ଥାନାରେ ପହଞ୍ଚିଲା ମାମଲା

ଏନେଇ ଗତକାଲି ଜଣେ ଡିଏସପି ପାହ୍ୟାର ପୋଲିସ୍ ଅଧିକାରୀ ଏହାର ଯାଞ୍ଚ ଆରମ୍ଭ କରିଥିଲେ । କଲେଜକୁ ଯାଇ ଅଧିକ ତଦନ୍ତ କରିବା ସହ ଗତକାଲି ଅଧ୍ୟାପକ ସଚିନ କ୍ଷେତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେପଟେ କଲେଜର ଅଧ୍ୟାପକ ସଞ୍ଜୟ ମିଶ୍ର କହିଛନ୍ତି ଯେ, ଘଟଣା ଏଭଳି ନଥିଲା । କେବଳ ସେହି ଛାତ୍ର କ୍ଲାସରେ ଜଣେ ଅଧ୍ୟାପିକାଙ୍କୁ ଅପଶବ୍ଦ ବ୍ୟବହାର କରି କମେଣ୍ଟ ମାରିବା ସହ ସମଗ୍ର କ୍ଲାସରେ ବିଶୃଙ୍ଖଳା କରିଥିଲେ । ଯାହା ଫଳରେ ଅଧ୍ୟାପିକା ଜଣକ ତାଙ୍କୁ କ୍ଲାସରୁ ବାହାରି ଯିବାକୁ କହିଥିବା ବେଳେ ସେ ବାହାରି ନ ଯାଇ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର କରିଥିଲେ । ଯାହା ପରେ ଅଧ୍ୟାପିକା ଜଣକ ପାଖରେ ଥିବା ଅଧ୍ୟାପକଙ୍କୁ ଡାକିଥିଲେ । ଫଳରେ ଏନେଇ ଅଧ୍ୟାପକ ଜଣକ ସଂପୃକ୍ତ ଛାତ୍ରଙ୍କୁ ଏକ ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି । ହେଲେ ଯେହେତୁ ସେ ନିୟମ ବିରୋଧରେ ନିଜେ ଛାତ୍ରଙ୍କୁ ଦଣ୍ଡ ଦେଲେ ତା ପାଇଁ ତାଙ୍କୁ କଲେଜରୁ ନିଲମ୍ବିତ କରାଯାଇଥିବାର ସେ କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ପୋଲିସ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details