ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଫ୍ରେବୃଆରୀ 5ରେ ମହାବନ୍ଦ ଡାକରା - undefined

ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆସନ୍ତା ଫେବୃଆରୀ 5ରେ ମହବନ୍ଦ ଡାକରା ଦିଆଯାଇଥିବାବେଳେ ଦାବି ପୂରଣ ନହେଲେ ଅଲଗା ରାଜ୍ୟ ଦାବି ପାଇଁ ଆନ୍ଦୋଳନ କରିବେ ବୋଲି ଓକିଲ ସଂଘ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

Lawyers’ strike for HC bench
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

By

Published : Jan 29, 2020, 10:31 PM IST

ବଲାଙ୍ଗୀର: ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆସନ୍ତା ଫେବୃଆରୀ 5ରେ ମହବନ୍ଦ ଡାକରା ଦିଆଯାଇଥିବା ବେଳେ ଆଗକୁ ଦାବି ପୂରଣ ନହେଲେ ଅଲଗା ରାଜ୍ୟ ଦାବି ପାଇଁ ଆନ୍ଦୋଳନ କରିବେ ବୋଲି ଓକିଲ ସଂଘ ଚେତାବନୀ ଦେଇଛି । ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଫଳରେ 17 ମାସ ହେବ ଏଠିକାର ସମସ୍ତ କୋର୍ଟ କାର୍ଯ୍ୟ ଠପ ହୋଇଯାଇଛି ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ଯାହାକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେବା ସହ ଏ ଅଞ୍ଚଳର ସବୁ ମାମଲା ଅନ୍ୟତ୍ର ସ୍ଥାନାନ୍ତର କରିବାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାରତୀୟ ବାର କାଉସିଲ ମଧ୍ୟ ଓକିଲଙ୍କ ଲାଇସେନ୍ସ ରଦ୍ଦ ଭଳି ଚେତାବନୀ ଦେଇଛନ୍ତି। ଯାହାକୁ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ଘୋର ବିରୋଧ କରିଛନ୍ତି । ସୁପ୍ରିମକୋର୍ଟ ଏକ ପାଖିଆ ନିଷ୍ପତ୍ତି ନେଇଥିବା ବେଳେ ଏମାନଙ୍କର ଏକ ସ୍ବତନ୍ତ୍ର କମିଟି ଏହାର ରିଭ୍ୟୁ ପିଟିସନ ପାଇଁ ଆବେଦନ କରିବେ ବୋଲି ଓକିଲ ସଂଘ କହିଛି ।

ସେପଟେ ଓକିଲଙ୍କ ଏହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଜଣାଇଛି ଅଲଗା କୋଶଳ ରାଜ୍ୟ ପାଇଁ ଆନ୍ଦୋଳନ କରି ଆସୁଥିବା କୋଷଳ ସମନ୍ବୟ କମିଟି । ମହାବନ୍ଦକୁ ସମର୍ଥନ କରିବା ସହ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ କହିଛି କୋଶଳ ସମନ୍ବୟ କମିଟି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details