ବଲାଙ୍ଗୀର:ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଭୁବନେଶ୍ୱର ଓକିଲ ସଂଘର ବିଭିନ୍ନ ଦାବି ନେଇ ଡାକରା ଦିଆ ଯାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଲା ବଲାଙ୍ଗୀର ଓକିଲ ସଂଘ। କୋର୍ଟ କଚେରୀ ବନ୍ଦ କରି ଧାରଣାରେ ବସିଲେ ଓକିଲ। ଓଡ଼ିଶା ଓକିଲ ସଂଘର ନିର୍ବାଚନ ଦାବି କରିବା ସହ କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଓକିଲ ସଂଘ।
ସେହିପରି ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ନେଇ ଆଜି ସମ୍ବଲପୁରରେ କଚେରୀ ଛକରେ ଓକିଲ ସଂଘର ଆନ୍ଦୋଳନ କରିଥିଲା । ଏହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ସମ୍ବଲପୁର ଓକିଲ ମାନଙ୍କୁ ଦୁର୍ବ୍ୟବହାର କରିଥିବା କହିଛି ବଲାଙ୍ଗୀର ଓକିଲ ସଂଘ ।