ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଜମି କେଳେଙ୍କାରୀ: ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP - ବଲାଙ୍ଗୀରରେ ଜମି କେଳେଙ୍କାରୀ

ବଲାଙ୍ଗୀରରେ ଜମି କେଳେଙ୍କାରୀରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହି ମାମଲାରେ ମୋଟ ଚାରି ଜଣକୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି କହିଲେ ଏସପି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଜମି କେଳେଙ୍କାରୀ; ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP
ବଲାଙ୍ଗୀରରେ ଜମି କେଳେଙ୍କାରୀ; ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP

By

Published : Jul 5, 2022, 10:39 AM IST

ବଲାଙ୍ଗୀର: ଜିଲ୍ଲାରେ ଜମି କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ପୂର୍ବରୁ ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜମି ବିକ୍ରି ହୋଇଥିଲା। ଯେଉଁଥିରେ ଖୋଦ୍ ବଲାଙ୍ଗୀର ତହସିଲଦାର ମାଘବାନ ବାଗ ସମ୍ପୃକ୍ତ ଥିବା ବେଳେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେହିପରି ଆଜି ପୁଣି ବଲାଙ୍ଗୀର ଉପନିର୍ବନ୍ଧକ ଏହିଭଳି ଆଉ ଜଣଙ୍କ ନାଁରେ ଜମିବିକ୍ରି ହୋଇଥିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବଲାଙ୍ଗୀରରେ ଜମି କେଳେଙ୍କାରୀ; ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP

ତେବେ ସବୁ ମାମଲାରେ କିଛି ବ୍ୟକ୍ତି ମିଛ କାଗଜ ପତ୍ର ଓ ପରିଚୟ ପତ୍ର ଦେଇ ଜମି କିଣା ବିକା କରିଥିବାର ଉପନିର୍ବନ୍ଧକ ଜାଣିବାକୁ ପାଇ ଥାନାରେ ଏହି ଅଭିଯୋଗ କରିଛନ୍ତି। ଯେଉଁଥିରେ ମୃତ ହର୍ଷ ଷଣ୍ଢ ନାଁରେ ବଲାଙ୍ଗୀର ଧୁମାମରା ଗାଁରେ ଜମି ବିକ୍ରି ହୋଇଥିବାର ସେ ଉଲ୍ଲେଖ କରିଛନ୍ତି। ସେହିପରି ଚଟଣୀ ଭୋଇ ନାଁରେ ଅନ୍ୟ କେହି ବଲାଙ୍ଗୀର ଲାଲ ଟିକ୍ରା ଠାରେ ଜମି ବିକ୍ରି କରିଥିବାର ଅଭିଯୋଗ ହୋଇଛି।

ତେବେ ଏଯାଏଁ ବଲାଙ୍ଗୀରରେ ଚାରୋଟି ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିଥିବା ବେଳେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ ବଲାଙ୍ଗୀର ଏସପିଙ୍କ ସୂଚନା ଅନୁସାରେ ଏହି ମାମଲାରେ ମୋଟ ଚାରି ଜଣକୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ସେହିପରି ପ୍ରମାଣ ଆଧାରରେ ଏଥିରେ ଯିଏବି ସାମିଲ ଥାଆନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details