ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା ! ତନାଘନା ଜାରି - lady municipality staff body found

ବଲାଙ୍ଗୀର ପୌରପାଳିକାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

municipality woman employee dead body found
ମ୍ୟୁନିସପାଲିଟି ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

By

Published : Sep 25, 2022, 10:57 AM IST

ବଲାଙ୍ଗୀର:ଜିଲ୍ଲାରେ ପୁଣି ଗଡିଲା ମୁଣ୍ଡ । ପୌରପାଳିକାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ବିଜାଖମାନ ଗ୍ରାମ ପାଖରୁ ମହିଳା କର୍ମଚାରୀଙ୍କ ମୃତଦେହ ମିଳିଛି । ହତ୍ୟା ସନ୍ଦେହରେ ତନାଘନା ଆରମ୍ଭ କରିଛି ପୋଲିସ ।

ଜିଲ୍ଲା ବିଜାଖମାନ ନିକଟରେ ଥିବା ପୌରସଂସ୍ଥାର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ମହିଳା ପୌର କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି । ନିକଟରେ ଏକ ସାଇକେଲ ମଧ୍ୟ ପଡି ରହିଛି । ମୃତ ମହିଳାଙ୍କ ପରିଚୟ ଅଷ୍ଟମୀ ବକୁଳ ବୋଲି ଜଣାପଡିଛି । ବୟସ 35 ବର୍ଷରୁ ଅଧିକ ହେବ । ସେ ଜିଲ୍ଲା ପୌରପାଳିକାରେ ଡ୍ରାଇଭର ଭାବରେ କାମ କରୁଥିଲେ । ଗତକାଲି (ଶନିବାର) ବିଜାଖମାନ ସ୍ଥିତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟକୁ ଗାଡି ଛାଡିବାକୁ ଯାଇ ନିଖୋଜ ଥିଲେ । ଆଜି (ରବିବାର) ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଝିଅକୁ ନ୍ୟାୟ ଦେବା ପାଇଁ କାନ୍ଦି କାନ୍ଦି କହିଛନ୍ତି ମୃତ ଅଷ୍ଟମୀ ବକୁଳଙ୍କ ମାଆ ବନିତା ବକୁଳ ।

ବୁଦାରୁ ମ୍ୟୁନିସପାଲିଟି ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଏହା ବି ପଢନ୍ତୁ...ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ରାଜନୀତି ନ କରିବାକୁ ବାପାଙ୍କ ନିବେଦନ

ଆବର୍ଜନା ପରିଚାଳନା କେନ୍ଦ୍ରରୁ କିଛି ଦୂରରେ ଏକ ବୁଦା ନିକଟରେ ଅଷ୍ଟମୀ ବକୁଳଙ୍କ ମୃତଦେହ ପଡିଥିବାର ଲୋକେ ଦେଖିଥିଲେ। ଏହାପରେ ବଲାଙ୍ଗୀର ଟାଉନ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବିଗତ କିଛି ଦିନ ମଧ୍ୟରେ ସହରରେ ଏହି ଭଳି ହତ୍ୟା ଲୁଟ ଆକ୍ରମଣ ଘଟଣା ବଢ଼ିଥିବା ବେଳେ ପୋଲିସ୍ ପାଇଁ ଅପରାଧ ନିୟନ୍ତ୍ରଣ ମୁସ୍କିଲ ହୋଇଥିବାର ଚର୍ଚ୍ଚା ହେଉଛି । ଅଷ୍ଟମୀ ବକୁଳଙ୍କ କିଏ ଓ କାହିଁକି ହତ୍ୟା କରିଛି ତାହା ତାହା ଜଣାପଡ଼ିନାହିଁ । ଘଟଣାର ପର୍ଦ୍ଦାଫାସ ପାଇଁ ତନାଘନା ଆରମ୍ଭ କରିଛି ପୋଲିସ ।

ABOUT THE AUTHOR

...view details