ବଲାଙ୍ଗୀର: ସରୁନି ବଲାଙ୍ଗୀର ଚାଷୀଙ୍କ ଦୁଃଖ । ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦଶା ମାଡି ଆସିବା ସହ ଦେଉଛି କଷ୍ଟ । ବର୍ତ୍ତମାନ ସମୟରେ ବନ୍ୟା ଛାଡିଯାଇଛି ହେଲେ ଏଠାକାର ଚାଷୀଙ୍କ ପାଇଁ ଦୁଃଖ ଆଣିଛି ଅଭାବୀ ସାର ବିକ୍ରି । ବନ୍ୟା ପରେ କିଛି ସ୍ଥାନରେ ବଞ୍ଚିଥିବା ଚାଷ ପାଇଁ ଏବେ ସାରର ଅଭାବ ଦେଖାଦେଇଛି । ଫଳରେ ଚାଷୀ ଚିନ୍ତାରେ ଥିବା ବେଳେ ଶୀଘ୍ର ସାର ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି ।
ଏହାସହ ଜିଲ୍ଲା ପ୍ରଶାସନ ଏଥିରେ ନିଜେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।ସେପଟେ ବଲାଙ୍ଗୀର ଜିଲ୍ଲାରେ ୟୁରିଆ ସାର ଅଭାବକୁ ସ୍ବୀକାର କରିଛନ୍ତି ସାର ବିତରକ ଏଜେନ୍ସି ମାରଫେଡ।