ବଲାଙ୍ଗୀର:ଅଣଓଡ଼ିଆ ନିର୍ମାଣ ଶ୍ରମିକଙ୍କୁ ବଲାଙ୍ଗୀର ରାଜ ମିସ୍ତ୍ରୀ ସଂଘ ବିରୋଧ କରିଥିବା ଅଭିଯୋଗ । ଏନେଇ ଥାନାରେ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଲେ ଠିକାଦାର । ବଲାଙ୍ଗୀର ଜିଲ୍ଲାରେ ଅଣଓଡ଼ିଆ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏମାନଙ୍କ ଯୋଗୁଁ ଏଠିକାର ନିର୍ମାଣ ଶ୍ରମିକ କାମ ପାଉନ ଥିବାର ଅଭିଯୋଗ କରିଛନ୍ତି ବଲାଙ୍ଗୀର ନିର୍ମାଣ ଶ୍ରମିକ ସଂଘ।
ତେବେ ବିଗତ କିଛି ବର୍ଷ ହେବ ବିହାର, ପଶ୍ଚିମ ବଙ୍ଗ ଭଳି ରାଜ୍ୟରୁ ଶ୍ରମିକ ବଲାଙ୍ଗୀର ଆସି ବହୁ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି। ଯାହା ଫଳରେ ଏଠିକାର ନିର୍ମାଣ ଶ୍ରମିକ ଯଥା ରାଜ ମିସ୍ତ୍ରୀ, କୁଲିମାନଙ୍କ ହାତରୁ କାମ ଖସି ଯାଉଥିବାର ଏମାନେ ଅଭିଯୋଗ କରିଛନ୍ତି । ସେହିପରି ବାହାର ରାଜ୍ୟର ଅଣଓଡ଼ିଆ ଶ୍ରମିକ ଏଠିକୁ ଆସିବା ଦ୍ୱାରା ଏଠି ନିଶା କାରବାର ଓ ବିଭିନ୍ନ ଅପରାଧ ମଧ୍ୟ ବଢିଥିବାର ଏମାନେ ଅଭିଯୋଗ କରିଛନ୍ତି। ଏପରିକି ବଲାଙ୍ଗୀର ଶ୍ରମ ବିଭାଗରେ କୌଣସି ପଞ୍ଜିକରଣ ନକରି ବେଆଇନ ଭାବେ କାମ କରୁଥିବା କହିଛି ରାଜମିସ୍ତ୍ରୀ ସଂଘ ।