ଓଡିଶା

odisha

ETV Bharat / state

ମଜୁରୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ - ବଲାଙ୍ଗୀର ନ୍ୟୁଜ

ବଲାଙ୍ଗୀର ମନରେଗା ଯୋଜନାରେ କାମ କରି ମଜୁରୀ ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶ୍ରମିକ । ଅଧିକ ପଢନ୍ତୁ...

ମଜୁରୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ
ମଜୁରୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ

By

Published : Feb 19, 2021, 9:59 PM IST

ବଲାଙ୍ଗୀର: ମଜୁରୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ । ବଲାଙ୍ଗୀର ମନରେଗା ଯୋଜନାରେ କାମ କରି ମଜୁରୀ ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶ୍ରମିକ ।

ମଜୁରୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ

ବଲାଙ୍ଗୀର ଜିଲ୍ଲାରେ କେତେବେଳେ ମନରେଗା ଯୋଜନାରେ କାମ ମିଳୁନଥିବା ବେଳେ ଆଉ କେତେବେଳେ କାମ ମିଳିଲେ ମଜୁରୀ ମିଳୁନଥିବା ଅଭିଯୋଗ ହୋଇଆସୁଛି। ତେବେ ଏଭଳି ବଲାଙ୍ଗୀର ତୁରେକେଲା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଶତାଧିକ ଶ୍ରମିକ ମାଟି କାମ କରି ଦୀର୍ଘ ବର୍ଷେ ହେବ ମଜୁରୀ ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି। ବାରମ୍ବାର ଏନେଇ ଅଭିଯୋଗ ସତ୍ତ୍ବେ କେହି କର୍ଣ୍ଣପାତ କରୁନାହାନ୍ତି ।

ଯାହାକୁ ନେଇ ଶୁକ୍ରବାର ତୁରେକେଲା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଶ୍ରମିକ। ସେପଟେ ସ୍ଥାନୀୟ ବିଡିଓ କିଛି ଦିନ ମଧ୍ୟରେ ସବୁ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details