ଓଡିଶା

odisha

ETV Bharat / state

ବକେୟା ପାଉଣା ଦାବିରେ DRDA କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ଡ଼ିଆରଡିଏ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଶ୍ରମିକ । ଆଜି ଶତାଧିକ ଶ୍ରମିକ ତାଙ୍କର ବକେୟା ପାଉଣା ଓ ଚଳିବା ପାଇଁ କାମ ଦାବିରେ ଜିଲ୍ଲାରେ ଥିବା ଡ଼ିଆରଡିଏ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

ଡ଼ିଆରଡିଏ କାର୍ଯ୍ୟାଳୟ ଘେରିଲେ ଶ୍ରମିକ
ଡ଼ିଆରଡିଏ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

By

Published : Apr 29, 2022, 2:09 PM IST

Updated : Apr 29, 2022, 2:22 PM IST

ବାଲଙ୍ଗୀର:ଡ଼ିଆରଡିଏ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଶ୍ରମିକ । ଆଜି ଶତାଧିକ ଶ୍ରମିକ ତାଙ୍କର ବକେୟା ପାଉଣା ଓ ଚଳିବା ପାଇଁ କାମ ଦାବିରେ ଜିଲ୍ଲାରେ ଥିବା ଡ଼ିଆରଡିଏ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବେଲପଡା ବ୍ଲକ ଅନ୍ତର୍ଗତ ସୁଲକେଲା ପଞ୍ଚାୟତର ପାଞ୍ଚ ଶହରୁ ଅଧିକ ଶ୍ରମିକ ଦୀର୍ଘ ଦୁଇ ମାସ ହେବ ମନେରେଗା ଯୋଜନାରେ କାମ କରିଥିଲେ ।

ବକେୟା ପାଉଣା ଦାବିରେ DRDA କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ହେଲେ ଏଯାଏଁ ସେମାନଙ୍କୁ ପାରିଶ୍ରମିକ ମିଳିନି । ସେହିପରି ଆଗକୁ ସେମାନଙ୍କୁ କୌଣସି ପ୍ରକାରର କାମ ମଧ୍ୟ ଯୋଗାଇ ଦିଆଯାଉନାହିଁ । ତେବେ ନିୟମ ଅନୁସାରେ ବର୍ଷକୁ 3 ଶହ ଦିନ କାମ ଯୋଗାଇ ଦେବା କଥା । ହେଲେ ଏମାନେ କାମ ନ ପାଇ ଏବେ ଅସହାୟ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁସାରେ ଏହି ଅଞ୍ଚଳରେ କାମ ଧନ୍ଦା ଅଭାବ ଯୋଗୁଁ ଲୋକେ ଦାଦନ ଖଟିବାକୁ ନିୟମିତ ରାଜ୍ୟ ବାହାରକୁ ଯାଇଥାନ୍ତି । ଦାଦନ ଚାଲାଣ ରୋକିବାକୁ ମାଳ ମାଳ ଯୋଜନା ଥିଲେ ସତ୍ତ୍ବେ କାମରେ ଆସୁନାହିଁ । ଯାହା ଫଳରେ ଆଜି ଅଞ୍ଚଳର ଶତାଧିକ ଶ୍ରମିକ କୋଦାଳ ଧରି ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଘେରାଉ କରିଛନ୍ତି ଏବଂ ବକେୟା ପାଉଣା ଓ କାମ ନ ମିଳିଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ସେପଟେ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ସବୁ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Apr 29, 2022, 2:22 PM IST

ABOUT THE AUTHOR

...view details