ଓଡିଶା

odisha

By

Published : Mar 2, 2023, 10:55 AM IST

ETV Bharat / state

ନିଯୁକ୍ତି ଯୋଜନାରେ କାମ ଦେବା ବଦଳରେ ସରପଞ୍ଚ ମାଡ ମାରିଥିବା ଅଭିଯୋଗ

ବଲାଙ୍ଗୀର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ ମାଗି ମାଡ ଖାଇଲେ ଶ୍ରମିକ । ସ୍ଥାନୀୟ ସରପଞ୍ଚ କାମ ଦେବା ବଦଳରେ ମାଡ ମାରିଥିବା ଅଭିଯୋଗ । ଶ୍ରମିକ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

କାମ ଦେବା ବଦଳରେ  ମାଡ ମାରିଲା ସରପଞ୍ଚ
କାମ ଦେବା ବଦଳରେ ମାଡ ମାରିଲା ସରପଞ୍ଚ

କାମ ଦେବା ବଦଳରେ ମାଡ ମାରିଲା ସରପଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜଣେ ଶ୍ରମିକ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ମାଗି ମାଡ଼ ଖାଇଥିବାର ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ କାମ ଦେବା ବଦଳରେ ମାଡ଼ ମାରିବାରୁ ଶ୍ରମିକ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ ଶ୍ରମିକ ବଲାଙ୍ଗୀର ଭିମ୍ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୂଳତା ପଡା ପଞ୍ଚାୟତରୁ । ତେବେ ଅଭିଯୋଗ ଅନୁସାରେ ଏଠିକାର ନିବାସୀ ହେମନ୍ତ ଗଡତିଆ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାର ପୋଷଣ କରନ୍ତି ।

ତେବେ ଗତ ଦଶହରା ମାସରୁ ଏମାନେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ କୌଣସି କାମ ପାଇ ନ ଥିଲେ। ଯାହା ପାଇଁ ଶ୍ରମିକ ହେମନ୍ତ ଗଡତିଆ ସ୍ଥାନୀୟ ସରପଞ୍ଚକୁ ବାରମ୍ବାର ଗୁହାରି କରିଥିଲେ । ସ୍ଥାନୀୟ ସରପଞ୍ଚ ଦୁଷ୍ମନ୍ତ ସାହୁ ତାଙ୍କୁ କାମ ଦେବା ବଦଳରେ ଗୋଇଠା ବିଧା ମାରିଥିଲେ ବୋଲି ସମ୍ପୃକ୍ତ ଶ୍ରମିକ ହେମନ୍ତ ଗଡତିଆ କହିଛନ୍ତି। ଯେଉଁଥିରେ ସେ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡିଯିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବାର ସେ କହିଛନ୍ତି ।

ତେବେ ଏହି ଅଂଚଳରେ ବିଭିନ୍ନ ମାଟି କାମ ଚାଲିଥିଲେ ସୁଦ୍ଧା ସେଥିରେ ମିଛ ଶ୍ରମିକ ନାଁରେ ସରପଞ୍ଚ କାମ କରି ଆସୁଛି । ହେଲେ ଦରକାର ଥିବା ଲୋକ କାମ ମାଗିଲେ ମାଡ଼ ଦେଉଛି ବୋଲି ସେ କହିଛନ୍ତି । ସେପଟେ କୂଳତା ପଡା ସରପଞ୍ଚକୁ ଫୋନ ଯୋଗେ ଆମେ ପଚାରିବାରୁ ଏଭଳି କୌଣସି ଘଟଣା ଘଟିନାହିଁ କିମ୍ବା ସେ କାହାକୁ ମାଡ ମାରି ନାହାନ୍ତି ବୋଲି କହିଛନ୍ତି । ସେପଟେ ଏହି ମାମଲାକୁ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ତୁସୁରା ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।

ତେବେ ଗୁରୁତର ଆହତ ଶ୍ରମିକ ହେମନ୍ତ ଗଡତିଆଙ୍କ ଛାତିରେ ଗଭୀର ଆଘାତ ଲାଗି ତାଙ୍କ ଛାତି ହାଡ଼ ମଧ୍ୟ ଭାଙ୍ଗି ଥିବାର ଜଣା ପଡ଼ିଛି । ଏବଂ ସେ ଏବେ ଚିକିତ୍ସାଧୀନ ଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଅନେକ ସ୍ଥାନରେ ଶ୍ରମିକ ବଦଳରେ ମେସିନରେ କାମ ହେବା ଓ ଶ୍ରମିକ ନାଁରେ ଟଙ୍କା ହଡପ ହେବାର ସବୁ ବେଳେ ଅଭିଯୋଗ ହୋଇ ଆସୁଛି । ଏବଂ ଅନ୍ୟପଟେ ଏଠିକାର ଗରିବ କାମ ଧନ୍ଦା ନ ପାଇ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଗୁରୁତର ଅଭିଯୋଗର ସଠିକ ତଦନ୍ତ ହେବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ABOUT THE AUTHOR

...view details