ବଲାଙ୍ଗୀର:ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ । ବଲାଙ୍ଗୀର ଜିଲ୍ଲା ଶ୍ରମିକମାନେ ବିଭିନ୍ନ ସମସ୍ୟା ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତେବେ ସର୍ବ ଭାରତୀୟ ଫରୱାର୍ଡ ବ୍ଲକ ସଙ୍ଗଠନ ନେତୃତ୍ବରେ ଜିଲ୍ଲାର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ତେବେ କୋରୋନା ମହାମାରୀ ସମୟରେ ଜିଲ୍ଲାର ଶ୍ରମିକମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏନେଇ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଯୋଜନା କରି ତାଙ୍କୁ ଚଳିବା ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ । ହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡି ରହି ଏହି ଯୋଜନାର ଟଙ୍କା ବାଟ ମାରଣା କରିଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେବେ ଦାଦନ ପ୍ରବଣ ଜିଲ୍ଲା ଏମାନଙ୍କ ପାଇଁ ପ୍ରଭାବିତ ହେଉଥିବାର ଏମାନେ ଅଭିଯୋଗ କରିଛନ୍ତି ।