ଓଡିଶା

odisha

ETV Bharat / state

ଆସନ୍ତା 14 ନଭେମ୍ବର ହେବ ବିରାଟ କୃଷକ ସମାବେଶ - ଆସନ୍ତା 14ରେ ହେବ କୃଷକ ସମାବେଶ

ବଲାଙ୍ଗୀର ମିଲିତ କୃଷକ ମଞ୍ଚର ଆହ୍ୱାନରେ ଆସନ୍ତା 14 ନଭେମ୍ବରରେ ଗର୍ଜିବେ ଚାଷୀ । ଏକ ବିରାଟ କୃଷକ ସମାବେଶରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର କୃଷକ ହେବେ ସାମିଲ । କୃଷକଙ୍କ ବିଭିନ୍ନ ସମସ୍ୟା ସମାଧନ ଓ ଦାବି ନେଇ କେରିବେ ଟ୍ରାକ୍ଟର ରାଲି । ଅଧିକ ପଢ଼ନ୍ତୁ

କୃଷକ ସମାବେଶ
କୃଷକ ସମାବେଶ

By ETV Bharat Odisha Team

Published : Nov 12, 2023, 10:39 AM IST

କୃଷକ ସମାବେଶ

ବଲାଙ୍ଗୀର:କୃଷକଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆସନ୍ତା ୧୪ ତାରିଖରେ ବିରାଟ କୃଷକ ସମାବେଶ କରିବ କୃଷକ ମିଳିତ ମଞ୍ଚ । ଯେଉଁଥିରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ହଜାର ହଜାର ଚାଷୀ ସାମିଲ ହେବେ । ଦିଲ୍ଲୀ ଭଳି ବିରାଟ ଟ୍ରାକ୍ଟର ରାଲିରେ ଆସିବେ କୃଷକ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି କୃଷକ ମିଳିତ ମଞ୍ଚ ।

ତେବେ ପଶ୍ଚିମ ଓଡ଼ିଶାର ବିଭିନ୍ନ କୃଷକ ସଙ୍ଗଠନକୁ ନେଇ କୃଷକ ମିଳିତ ମଞ୍ଚ ଦୁଇ ବର୍ଷ ହେବ ଗଠନ ହୋଇଥିଲା। ଆଉ ସେବେଠାରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏମାନେ ଆନ୍ଦୋଳନ କରି ଆସୁଛନ୍ତି। କିନ୍ତୁ ୧୨ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଦାବି ପୂରଣ ନ ହେବାରୁ କୃଷକ ମିଳିତ ମଞ୍ଚ ବିରାଟ ଚାଷୀ ସମାବେଶ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିବେ । ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ପାଞ୍ଚ ହଜାର କରିବା, କପାର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପ୍ରତି 10 ହଜାର ଟଙ୍କା, କଟନି ଛଟଣୀ ବନ୍ଦ, ଚାଷ ପାଇଁ ବ୍ୟବାହର ଯନ୍ତ୍ରପାତି ସାର ଔଷଧ ଇତ୍ୟାଦି ରିହାତି ଦରରେ ଯୋଗାଇବା ଓ ଧାନ ଛଡ଼ା ଅନ୍ୟ ଫସଲର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବା ଭଳି ମୁଖ୍ୟ ଦାବି ଏମାନେ ଉପସ୍ଥାପିତ କରିବେ ।

ଏହା ମଧ୍ୟ ପଢନ୍ତୁ-ପଶ୍ଚିମ ଓଡ଼ିଶାକୁ ଅବହେଳା, ଡିସେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ

ଏନେଇ ମିଳିତ ମଞ୍ଚର ଆବାହକ ଆକାଶ ମିଶ୍ର କହିଛନ୍ତି ଯେ, ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି । ଯେଉଁମାନେ ଦେଶକୁ ଅନ୍ନ ଯୋଗାଉଛନ୍ତି ଓ ରାଜ୍ୟରେ 70 ପ୍ରତିଶତ ଲୋକେ ଚାଷ କରୁଛନ୍ତି ସେମାନଙ୍କ ପ୍ରତି ସରକାର ସବୁବେଳେ ଉଦାସୀନ ଅଛି । ସେହିପରି ପଡ଼ୋଶୀ ରାଜ୍ୟଗୁଡିକ ଧାନର ସର୍ବନିମ୍ନ ମୂଲ୍ୟ ବଢ଼ାଇ ସାରିଛନ୍ତି । ହେଲେ ରାଜ୍ୟ ସରକାର ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଇ ଥିଲେ ସୁଦ୍ଧା କେନ୍ଦ୍ର ସରକାର ଚୁପ ବସିଛନ୍ତି । ତେଣୁ ଏହାକୁ ନେଇ ଏମାନେ ଏବେ ନିର୍ଣ୍ଣାୟକ ଲଢ଼େଇ କରିବେ ବୋଲି ସେ କହିଛନ୍ତି । ଏଥିସହ ଆସନ୍ତା 14 ନଭେମ୍ବରରେ ବଲାଙ୍ଗୀରରେ ଏକ ବିରାଟ କୃଷକ ସମାବେଶ ହେବ ଓ ଏଥିରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେ କହିଛନ୍ତି । ସେହିପରି ଅହିଂସା ମାର୍ଗରେ ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀ ବିରାଟ ଟ୍ରାକ୍ଟର ରେଲି କରି ସରକାରଙ୍କୁ ଦାବି ଜଣାଇବେ । ଆଉ ଆଗକୁ ଦାବିଗୁଡିକ ପୂରଣ ନହେଲେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details