ବଲାଙ୍ଗୀର:ବଲାଙ୍ଗୀରରେ କୋଶଳ ରାଜ୍ୟ ଗଠନ ନେଇ ତେଜିଛି ଆନ୍ଦୋଳନ । ଆସନ୍ତାକାଲି (ଶନିବାର ) କୋଶଳ ମହାବନ୍ଦ କରିବ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି । ଜିଲ୍ଲାରେ ଗାଡ଼ି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେଳରକାରୀ ସ୍କୁଲ କଲେଜ ସବୁ ରହିବ ବନ୍ଦ ରହିବ । ସହରରେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ବନ୍ଦ ପାଳନ କରାଯିବା ବୋଲି କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ମିଳିଛି । ଏଥିପାଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।
ସୂଚନା ଯୋଗ୍ୟ ଦୀର୍ଘ ଦିନ ହେଲା ବିଭିନ୍ନ କୋଶଳ ସଂଗଠନ ଅଲଗା କୋଶଳ ରାଜ୍ୟ ଗଠନ କରିବା ପାଇଁ ଦାବି କରିଆସୁଛନ୍ତି । ଫଳରେ ପ୍ରତିବର୍ଷ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡିକ କୋଶଳ ମହାବନ୍ଦ ଡାକରା ଦେଇଥାନ୍ତି । ତେବେ ଏହି କ୍ରମରେ ଆସନ୍ତାକାଲି (ଶନିବାର )କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ମିଳିତ କ୍ରିୟା ଅନୁଷ୍ଠାନ କମିଟି । ସେହିପରି ଆଜି କୋଶଳ କର୍ମୀମାନେ ସହରରେ ଶୋଭାଯାତ୍ରା କରିବା ସହ ମହାବନ୍ଦକୁ ସଫଳ କରିବା ପାଇଁ ଲୋକଙ୍କୁ ଆହ୍ଵାନ ଦେଇଥିଲେ ।ତେବେ ଆସନ୍ତା କାଲି ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାରେ ଏହି ମହାବନ୍ଦ ପାଲନ କରାଯିବ । 12 ଘଣ୍ଟିଆ ଏହି ବନ୍ଦରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ । ସେହିପରି ଗାଡ଼ି ଚଳାଚଳ ବନ୍ଦ ସହ ରେଳ ରୋକ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।