ବଲାଙ୍ଗୀର: ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳ ସେନା । କଳା ପତାକା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ ପ୍ରଦର୍ଶନ । ତେବେ ଅଲଗା କୋଶଳ ରାଜ୍ୟ ଗଠନ ଦାବି ନେଇ ଏମାନେ ଆନ୍ଦୋଳନ କରି ଆସୁଛସନ୍ତି । କୋଶଳାଞ୍ଚଳକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରି ଆସୁଥିବାର ଏମାନେ ଅଭିଯୋଗ କରି ଆସୁଛନ୍ତି ।
ଦୀର୍ଘ ଦସନ୍ଧି ଧରି ଏମାନେ ଅଲଗା କୋଶଳ ରାଜ୍ୟ ଗଠନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଉତ୍କଳ ଦିବସ ପାଳନ ହେଉଛି । ହେଲେ ଏଠି ଏହାକୁ ତୀବ୍ର ବିରୋଧ କରିଛି କୋଶଳ ସମନ୍ୱୟ ସମିତି । ଏହି ଦିନକୁ କଳା ଦିବସ ଭାବରେ ଏମାନେ ପାଳନ କରିଛନ୍ତି । ଏନେଇ ବଲାଙ୍ଗୀର କୋଶଳ ସେନାର ସଭ୍ୟମାନେ ଶୋଭାଯାତ୍ରା କରିବା ସହ କଳା ପତାକା ଓ ପୋଷ୍ଟର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କଳିଙ୍ଗ, ଉତ୍କଳ ଓ କୋଶଳାଞ୍ଚଳକୁ ନେଇ ଓଡିଶା ଗଠନ ହୋଇଥିଲା । ସେହିଦିନ ଠାରୁ କୋଶଳାଞ୍ଚଳକୁ ପାତର ଅନ୍ତର ନୀତି ସରକାର ପୋଷଣ କରୁଥିବା କୋଶଳ ସେନା ସଦସ୍ୟ କସ୍ତୁର୍ବ ସାହୁ କହିଛନ୍ତି । ଏପରିକି ଏଠିକାର ବିକାଶ ଚିନ୍ତା ସରକାର କରୁନଥିବା ବେଳେ ଏଠିକାର ନ୍ୟାର୍ଯ୍ୟ ହକ ଉପକୂଳ ଲୋକଙ୍କ ଠାରେ ଢାଳି ଦିଆଯାଉଥିବାର ସେ ଅଭଯୋଗ କରିଛନ୍ତି ।