ଓଡିଶା

odisha

ETV Bharat / state

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପାଠ୍ୟକ୍ରମ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ, ପାଠ୍ୟକ୍ରମରେ ସାମିଲକୁ ବିରୋଧ । ଏନେଇ ଡିଇଓ କାର୍ଯ୍ୟାଳୟ ଘେରିଲା ବଲାଙ୍ଗୀର କୋଶଳ ସମନ୍ବୟ ସମିତି। ଅଧିକ ପଢନ୍ତୁ...

By

Published : Jul 1, 2021, 9:28 AM IST

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପଠୟକ୍ରମରେ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପଠୟକ୍ରମରେ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ

ବଲାଙ୍ଗୀର: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ, ପାଠ୍ୟକ୍ରମରେ ସାମିଲକୁ ବିରୋଧ । ଏନେଇ ଡିଇଓ କାର୍ଯ୍ୟାଳୟ ଘେରିଲା କୋଶଳ ସମନ୍ବୟ ସମିତି । ବଲାଙ୍ଗୀର କୋଶଳ ସମନ୍ବୟ ସମିତି ଗତକାଲି(ବୁଧବାର) ଜିଲ୍ଲା ମୁଖ୍ୟ ଶିକ୍ଷ୍ୟା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା। ତେବେ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରିବା ପରେ ଏହାକୁ ବିରୋଧ କରି ଘେରାଉ କରିଥିଲେ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପଠୟକ୍ରମରେ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ

ଏପଟେ ପୂର୍ବରୁ ରାଜ୍ୟ ସରକାର ଅଣ ସାମ୍ବିଧାନିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଥିବା ବେଳେ ଏମାନେ ତାକୁ ବିରୋଧ କରି ଆସୁଥିଲେ । ଏବଂ ସରକାର ପୁଣି ଏହାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ନେଇ ଏହାକୁ ତୀବ୍ର ବିରୋଧ କରିଛନ୍ତି କୋଶଳ ସମନ୍ବୟ ସମିତି।

ଏଥିପାଇଁ କୋଶଳ ସମନ୍ବୟ ସମିତିର ଶତାଧିକ ସଦସ୍ୟ ଜିଲ୍ଲା ମୁଖ୍ୟ ଶିକ୍ଷ୍ୟା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏବଂ ଆଗକୁ ଦାବି ପୂରଣ ନ ହେଲେ ଏମାନେ ସବୁ ଜିଲ୍ଲାରେ ତୀବ୍ର ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details