ବଲାଙ୍ଗୀର: ବଲାଙ୍ଗୀରରେ ଆଜି (ସୋମବାର) ଓଡ଼ିଶା କେଷରିଆ ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ତେବେ ଓଡିଶାରେ କାର୍ଯ୍ୟରତ ପୋଲିସ୍ ଗୃହରକ୍ଷୀଙ୍କ ଦରମା ବୃଦ୍ଧି ଦାବି କରାଯାଇଥିଲା। ସେପଟେ ଓଡ଼ିଶାର ଗୃହରକ୍ଷୀ ମାନେ ଦିନକୁ ୧୨ ଘଣ୍ଟା ଖଟୁଥିବ ବେଳେ ତାଙ୍କୁ ଦୈନିକ ୩୦୦ ଟଙ୍କା ବେତନ ଦିଆଯାଇଛି।
ଗହରକ୍ଷୀଙ୍କ ଦରମା ବୃଦ୍ଧି ଦାବିରେ ବିକ୍ଷୋଭ - ବଲାଙ୍ଗୀର କେଷରିଆ ହିନ୍ଦୁ ବାହିନୀର ବିକ୍ଷୋଭ
ବଲାଙ୍ଗୀରରେ ଓଡିଶା କେଷରିଆ ହିନ୍ଦୁ ବାହିନୀ ପକ୍ଷରୁ ଓଡ଼ିଶା ପୋଲିସ୍ ଗୃହରକ୍ଷୀଙ୍କ ଦୈନିକ ଦରମା ଭତ୍ତା ବୃଦ୍ଧି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଶୀଘ୍ର ଏମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରିବାର ଦାବି କରାଯାଇଥିଲା । ଅଧିକ ପଢନ୍ତୁ...
ଗହରକ୍ଷୀଙ୍କ ଦରମା ବୃଦ୍ଧି ଦାବିରେ କେଷରିଆ ହିନ୍ଦୁ ବାହିନୀର ବିକ୍ଷୋଭ
ଗହରକ୍ଷୀଙ୍କ ଦରମା ବୃଦ୍ଧି ଦାବିରେ କେଷରିଆ ହିନ୍ଦୁ ବାହିନୀର ବିକ୍ଷୋଭ
ଯାହାକୁ ନେଇ ୨୦୧୬ରେ ସୁପ୍ରିମକୋର୍ଟ ଏମାନଙ୍କୁ ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସମାନ ଭାବରେ ୨୦୨୦ରେ ଓଡ଼ିଶା ଉଚ୍ଚ ନ୍ୟାୟଳୟ ମଧ୍ୟ ଏହି ଦରମା ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସରକାର ଚୁପ ବସିଥିବାରୁ ଏମାନେ ଆପତ୍ତି ଉଠାଇଛନ୍ତି। ଶୀଘ୍ର ଏମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ଏମାନେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ