ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ବଲାଙ୍ଗୀରରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ । ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ବଡ ଆନ୍ଦୋଳନ ପାଇଁ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦୁପତ୍ର କର୍ମଚାରୀ ସଙ୍ଘ
ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

By

Published : Aug 17, 2022, 10:53 AM IST

ବଲାଙ୍ଗୀର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ । ସରକାରଙ୍କ ବିରୋଧରେ ବଡ ଆନ୍ଦୋଳନ ପାଇଁ ବଲାଙ୍ଗୀରରେ ଆୟୋଜିତ ସାଙ୍ଗଠନିକ ବୈଠକରେ ନେଲେ ନିଷ୍ପତ୍ତି । ୨୦୧୩ରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିବା ବେଳେ ଦୁଇ ବର୍ଷ ହେବ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷା ବୃତ୍ତି ଓ ଝିଅ ବାହା ପାଇଁ ଆର୍ଥିକ ସହାୟତା ସରକାର ବନ୍ଦ କରିଥିବା ଅଭିଯୋଗ ।

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ଏହି ବୈଠକରେ ବଲାଙ୍ଗୀର ଜିଲ୍ଲା ସମେତ ବରଗଡ଼, କଳାହାଣ୍ଡି ଓ ନୂଆପଡାର କେନ୍ଦୁପତ୍ର ତୋଳାଳୀ ତଥା ସଙ୍ଘର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ୧୮ ଲକ୍ଷ୍ୟ ଶ୍ରମିକ କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ ସରକାର ବାର୍ଷିକ ୨୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ ଏହି ଶ୍ରମିକ ମାନଙ୍କ ପାଇଁ କୌଣସି ସୁବିଧା ସରକାର କରୁନାହାନ୍ତି । ଗତ ୨୦୧୩ ରେଢ଼ାଖୋଲା ଠାରେ ଏମାନଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ବୋଲି ଏମାନେ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ରାଜ୍ୟ ଏଭଳି ଶ୍ରମିକଙ୍କୁ ୧୦୦ ପ୍ରତିଶତ ବୋନସ ଦେଉଥିବା ବେଳେ ଓଡିଶା ସରକାର କିଛି ଦେଉ ନାହାନ୍ତି । ଆଗକୁ ଦାବି ପୂରଣ ନହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବା ସହ କେନ୍ଦୁପତ୍ର ସଂଗ୍ରହ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details