ଓଡିଶା

odisha

ETV Bharat / state

ଫସଲ ବୀମାରେ ବ୍ୟାପକ ଦୁର୍ନୀତି, ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଧାୟକ - ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବଲାଙ୍ଗୀର ଜିଲ୍ଲାରେ ଫସଲ ବୀମାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଶତାଧିକ ଚାଷୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢ଼ନ୍ତୁ

ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଧାୟକ
ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଧାୟକ

By

Published : Aug 18, 2022, 11:32 AM IST

ବଲାଙ୍ଗୀର: ଜିଲ୍ଲାରେ ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଶତାଧିକ ଚାଷୀଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରାପ୍ୟ ଚାଷୀଙ୍କୁ ଶୀଘ୍ର ଫସଲ ବୀମା ପ୍ରଦାନ କରା ନଗଲେ ତୀବ୍ର ଆନ୍ଦୋଳନର ଚେତାବନୀ ।

ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଧାୟକ

ଓଡ଼ିଶାରେ ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ଶତାଧିକ ଚାଷୀଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି "କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର ୨୯ ହଜାର ୪୭୪ ଚାଷୀ ୨୦୨୧ ରେ ସଠିକ ସମୟରେ ଫସଲ ବୀମା କରିଥିଲେ । ଯେଉଁଥିରେ ସେମାନେ ହେକ୍ଟର ପିଛା ୧୬ ଶହ ୪୦ ଟଙ୍କା ପୈଠ କରି ଫସଲ ବୀମା କରିଥିଲେ । ଏହି ଅଞ୍ଚଳରୁ ମୋଟ ୭ କୋଟି ୧୭ ଲକ୍ଷ ୯୦ ହଜାର ଟଙ୍କା ବୀମା କମ୍ପାନୀ ନେଇଥିଲା । ତେବେ ଏହି ଅଞ୍ଚଳରେ ମରୁଡି ପଡିବାର ଏକ ବର୍ଷ ବିତି ଥିଲେ ସୁଦ୍ଧା ୬୬ଟି ପଞ୍ଚାୟତର ଚାଷୀ ଏପର୍ଯ୍ୟନ୍ତ ପ୍ରାପ୍ୟ ବୀମା ପାଇ ନାହାନ୍ତି ।"

ସେହିପରି ଜିଲ୍ଲାର ୩୧୭ ପଞ୍ଚାୟତ ମଧ୍ୟରୁ ମାତ୍ର ୧୦୫ ପଞ୍ଚାୟତକୁ ଯୋଗ୍ୟ ବିବେଚିତ କରି ଫସଲ ବୀମା ଦେବା ପାଇଁ ସ୍ଥିର ହୋଇଛି । ଯାହାକୁ ବିଧାୟକ ତୀବ୍ର ବିରୋଧ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଫସଲ ବୀମାରେ ୪୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ରାଜ୍ୟରେ ମୋଟ ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଆଜି(ବୁଧବାର) ଶତାଧିକ ଚାଷୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଶୀଘ୍ର ଜିଲ୍ଲାର ସବୁ ଚାଷୀଙ୍କୁ ପ୍ରାପ୍ୟ ଫସଲ ବୀମା ଦିଆ ନଗଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details