ଓଡିଶା

odisha

ETV Bharat / state

ଲଳିତ ଜୈନ ମୃତ୍ୟୁ ଘଟଣାରେ ବଢିଲା ସସପେନ୍ସ: ଜିଆରପିର ତଦନ୍ତକୁ ନେଇ ପ୍ରଶ୍ନ - ବିନା ବ୍ୟବଚ୍ଛେଦରେ ମୃତଦେହ ପୋତିଲା ପୋଲିସ

ଲଳିତ ଜୈନଙ୍କ ମୃତ୍ୟୁକୁ ନେଇ ବଢିଲା ସସ୍‌ପେନ୍ସ । ପୋଲିସ ମୃତଦେହ ବ୍ୟବଚ୍ଛେଦ ବିନା ମାତି ତଳେ ପୋତି ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଲଳିତ ଜୈନ ମୃତ୍ୟୁ ଘଟଣାରେ ବଢିଲା ସସପେନ୍ସ
ଲଳିତ ଜୈନ ମୃତ୍ୟୁ ଘଟଣାରେ ବଢିଲା ସସପେନ୍ସ

By

Published : Jul 19, 2023, 8:25 AM IST

ଲଳିତ ଜୈନ ମୃତ୍ୟୁ ଘଟଣା

ବଲାଙ୍ଗୀର: କଣ୍ଟାବାଞ୍ଜି ନାବାଳକ ଲଳିତ ଜୈନଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି । ପ୍ରଥମେ ନିଖୋଜ, ରେଳ ଧାରଣାରୁ ମୃତଦେହ ମିଳିବା ପରେ ଜିଆରପି ଏହାକୁ ଚିହ୍ନଟ ନକରି ମାତି ତଳେ ପୋତିଦେବା ଘଟଣା ସନ୍ଦେହ ବଢାଇଛି । ଏପରିକି ଜିଆରପି ମୃତଦେହର ବ୍ୟବଚ୍ଛେଦ ବିନା ପୋତି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯାହାପରେ ଏହି ସନ୍ଦେହଜନକ ମୃତ୍ୟୁ ଘଟଣାରେ ଜିଆରପିର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଣ୍ଟାବାଞ୍ଜି ଅଞ୍ଚଳର ପ୍ରମୋଦ ଜୈନଙ୍କ 16 ବର୍ଷର ପୁଅ ଲଳିତ ଜୈନ ଗତ 13 ତାରିଖରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ନ ପାଇବା ପରେ ଗତ 14 ତାରିଖରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ଏତଲା ଦେଇଥିଲେ । ନାବାଳକ ନିଖୋଜ ହେବା ଦିନ ଜିଆରପି ରେଳ ଧାରଣାରୁ ଏକ ମୃତଦେହ ଉଦ୍ଧାର କରିଥିବା ଖବର ପାଇ କଣ୍ଟାବାଞ୍ଜି ପୋଲିସ ଲଳିତଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ସେତେବେଳକୁ ଜିଆରପି ପୋଲିସ ମୃତଦେହକୁ ମାଟି ତଳେ ପୋତି ଦେଇଥିଲା । ତେଣୁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ନାବାଳକର ମୃତଦେହ ଖୋଳି ବାହାର କରାଯାଇଥିଲା । ମୃତଦେହର ଫଟୋ ଦେଖି ପରିବାର ଲୋକେ ତାହା ଲଳିତ ବୋଲି ଚିହ୍ନଟ କରିଥିଲେ । ତେବେ କଥା ଏତିକିରେ ରହି ନଥିଲା ।

ଏହାମଧ୍ୟ ପଢନ୍ତୁ: ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

କଣ୍ଟାବାଞ୍ଜି ଜିଆରପି ଗତ 13 ତାରିଖରେ ରେଳ ଧାରଣାରୁ ଲଳିତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ତାକୁ ମାଟିରେ ପୋତି ଦେଇଥିବାର କୁହାଯାଇଥିଲା । ଏହି ଘଟଣାକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରଥମେ ଜିଆରପି କାହିଁକି ମୃତଦେହ ଚିହ୍ନଟ ପୂର୍ବରୁ ପୋତି ଦେଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି ମୃତଦେହର ବ୍ୟବଚ୍ଛେଦ ହୋଇଥିବା କୁହାଯାଇଥିବା ବେଳେ ମୃତଶରୀରରେ ସେଭଳି କୌଣସି ଚିହ୍ନ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବ୍ୟବଚ୍ଛେଦ କରିଥିବା ଦୁଇ ଡ଼ାକ୍ତର ଏବେ ଛୁଟିରେ ଥିବା କୁହାଯିବା ଏହି ସନ୍ଦେହକୁ ଆହୁରି ଦୃଢୀଭୂତ କରିଛି ।

ଅନ୍ୟପଟେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀ ନିଖୋଜ ହେବାର ଦିନକ ପୂର୍ବରୁ ଲଳିତ ଜୈନକୁ ଘରକୁ ଡ଼ାକି ମାଡ ମାରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏସବୁ ଘଟଣାକୁ ଦେଖିଲେ ଏହା ହତ୍ୟା, ନା ଆତ୍ମହତ୍ୟା ନା ଦୁର୍ଘଟଣା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ମୃତକଙ୍କ ପରିବାର ଲୋକ ନ୍ୟାୟ ଦାବି କରି ସତ ସାମ୍ନାକୁ ଆସୁ ବୋଲି କହିଛନ୍ତି । ଏହି ଘଟଣାରେ ଏସଡିପିଓ ତଦନ୍ତ ଜାରି ରଖିଛନ୍ତି ଏବଂ ହତ୍ୟା ନେଇ କୌଣସି ଅଭିଯୋଗ ମିଳିନଥିବା କହିଛନ୍ତି ।

ଲଳିତଙ୍କ ନିଖୋଜ ସମ୍ପର୍କିତ ଅଭିଯୋଗ ହେବା ପରଠୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେ ନାବାଳକ ହୋଇଥିବାରୁ ଅପହରଣ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ପରେ ରେଳ ଧାରଣାରୁ ନାବାଳକର ମୃତଦେହ ମିଳିବା ନେଇ ଜିଆରପି, ପୋଲିସ ସହିତ ଯୋଗାଯୋଗ କରିଥିଲା ଏବଂ ଏହା ଏକ ରନ ଓଭର ମାମଲା ବୋଲି ରିପୋର୍ଟ ଦେଇଥିଲା । ଲଳିତ ଜୈନଙ୍କ ମୃତ୍ୟୁକୁ ନେଇ କଣ୍ଟାବାଞ୍ଜି ସହରରେ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଗକୁ ପୋଲିସ ତଦନ୍ତ କଣ କହୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details