ବଲାଙ୍ଗୀର: ଜିଲ୍ଲା ସଇଁତଳା ବ୍ଲକ ଅଧିନସ୍ଥ କଅସର ଗ୍ରାମରୁ କଲରାପତରିଆ ବାଘ ଛାଲ ଜବତ କଲା ବନ ବିଭାଗ । ବଲାଙ୍ଗୀର ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇ ସଇଁତଳା ବ୍ଲକ କଅସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ଚଢାଉ କରାଯାଇଥିଲା।
କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ - ବାଘ ଛାଲ
ବଲାଙ୍ଗୀର ବନ ବିଭାଗ ଆଜି ଏକ କଲରା ପତରିଆ ବାଘ ଛାଲ ଜବତ କରିଥିବାବେଳେ ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ...
କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ତେବେ ଜବତ ବାଘ ଛାଲର ଲମ୍ବ ୨.୬ ଫୁଟ ଥିବାବେଳେ ଓଜନ ପ୍ରାୟ ୩ କେଜି ରହିଛି । ଏବଂ ଏହାର ବଜାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେପଟେ ବାଘର ଛାଲରୁ ଏବେବି ଆଦ୍ରତା ଥିବାରୁ ୧୨ ରୁ ୧୫ ଦିନ ଭିତରେ ବାଘକୁ ହତ୍ୟା କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଏହି ମାମଲାରେ ବନ ବିଭାଗ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖି ଥିବାର ଜଣାପଡ଼ିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ